Categories: ଖେଳ

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି

ରାୟପୁର,୨୧ା୧: ରାୟପୁର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶନିବାର ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ମ୍ୟାଚ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଛି। ଏଥିରେ ଭାରତ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ନ୍ୟୁଜିଲାଣ୍ଡ ବ୍ୟାଟିଂ କରିବା ପଥ ସୁଗମ ହୋଇଛି।

ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ୩୪୯ ରନ୍‌ର ବିଶାଲ ସ୍କୋର୍‌ ଛିଡ଼ା କରିବା ସତ୍ତ୍ବେ ମାତ୍ର ୧୨ ରନ୍‌ରେ ବିଜୟୀ ହୋଇଥିଲା। ଫଳରେ ଭାରତ ଶନିବାର ମ୍ୟାଚ ଜିତି ୩ ମ୍ୟାଚ ବିଶିଷ୍ଟ ସିରିଜ୍‌କୁ ଆଗୁଆ କବ୍‌ଜା କରିନେବାକୁ ଚାହିଁବ। ସୂଚନାଯୋଗ୍ୟ, ରାୟପୁର ସହରରେ ପ୍ରଥମ ଥର ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ ହେଉଥିବାରୁ ଦର୍ଶକ ମଧ୍ୟ ବେଶ୍‌ ଉତ୍ସାହିତ ରହିଛନ୍ତି।

Share