ଜୟପୁର,୧୭।୧୧: ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ନୂଆ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭଲ ପିଚ୍ ଓ କାକରକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ଅଧିନାୟକ ରୋହିତ। ଏହି ମ୍ୟାଚ୍ ଜରିଆରେ ଅନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ କରିବାକୁ ଯାଉଛନ୍ତି ଅଲରାଉଣ୍ଡର ଭେଙ୍କଟଶ ଆୟାର। ଅନ୍ୟପକ୍ଷରେ ମିଡଲ ଅର୍ଡର ବ୍ୟାଟର ଶ୍ରେୟାସ ଆୟାର, ଭୁବନେଶ୍ୱର କୁମାର, ମହମ୍ମଦ ସିରାଜ ଓ ଦୀପକ ଚହର ଦଳକୁ ଫେରିଛନ୍ତି।