Categories: ଖେଳ

‘ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ୍‌ ଏବେ ସମ୍ଭବ ନୁହେଁ’

ନୂଆଦିଲ୍ଲୀ,୬।୯: ନିକଟରେ ବିସିସିଆଇ ସଭାପତି ରୋଜର ବିନି ପାକିସ୍ତାନ ଗସ୍ତରେ ଯାଇଥିଲେ। ରୋଜର ବିନି ଏବଂ ରାଜୀବ ଶୁକ୍ଲା ଲାହୋରରେ ମ୍ୟାଚ ଦେଖିଥିଲେ। ଏଥି ସହ ପାକିସ୍ତାନ କ୍ରିକେଟ ବୋର୍ଡର ଅଧିକାରୀମାନେ ରୋଜର ବିନି ଏବଂ ରାଜୀବ ଶୁକ୍ଲାଙ୍କୁ ସ୍ବାଗତ କରିଥିଲେ। ଏହା ପରେ ଉଭୟ ଦେଶର ପ୍ରଶଂସକଙ୍କ ମଧ୍ୟରେ ଭାରତ-ପାକିସ୍ତାନ ସିରିଜର ଆଶା ସୃଷ୍ଟି ହୋଇଥିଲା। କିନ୍ତୁ ଏହି ପରିସ୍ଥିତିରେ ଭାରତ-ପାକିସ୍ତାନ ସିରିଜ ସମ୍ଭବ କି? ଏହି ପ୍ରଶ୍ନଗୁଡିକର ବିସିସିଆଇ ସଭାପତି ରୋଜର ବିନି ନିଜେ ଜବାବ ଦେଇଛନ୍ତି। ଭାରତକୁ ଫେରିବା ପରେ ରୋଜର ବିନି କହିଛନ୍ତି ଯେ, ଆମର ବହୁତ ଭଲ ବାର୍ତ୍ତାଳାପ ହୋଇଛି। ଆମକୁ ସ୍ବାଗତ କରାଯାଇଥିଲା। ପାକିସ୍ତାନ କ୍ରିକେଟ ବୋର୍ଡ ସହ ଜଡିତ ଲୋକମାନେ ଆମର ବିଶେଷ ଯତ୍ନ ନେଇଥିଲେ। ପାକିସ୍ତାନ ଗସ୍ତର ଉଦ୍ଦେଶ୍ୟ କ୍ରିକେଟ ଦେଖିବା ଏବଂ ଆନୁଷଙ୍ଗିକ ପ୍ରସଙ୍ଗରେ ଆଲୋଚନା କରିବା। ମୋଟ ଉପରେ ଏହା ଏକ ଭଲ ଗସ୍ତ ଥିଲା।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ହେବ କି? ଏହା ଉପରେ ରୋଜର ବିନି କହିଛନ୍ତି ଯେ, ବିସିସିଆଇ ଏହି ପ୍ରଶ୍ନର ଉତ୍ତର ଦେଇପାରିବ ନାହିଁ। ଏହା ଏକ ସରକାରୀ ସମ୍ବନ୍ଧୀୟ ପ୍ରସଙ୍ଗ। ଆମକୁ ଏହି ସବୁ ଜିନିଷ ପାଇଁ ଅପେକ୍ଷା କରିବାକୁ ପଡିବ। ବିଶ୍ୱକପ୍‌ରେ ଅଧିକ ସମୟ ବାକି ନ ଥିବାରୁ ପାକିସ୍ତାନୀ ଦଳ ବିଶ୍ୱକପ ଖେଳିବାକୁ ଭାରତ ଆସିବ।

Share