ପରମାଣୁ ବେସର ଲିଷ୍ଟ ଶେୟାର କଲେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ,୧ ।୧: ନୂଆବର୍ଷ ଅବସରରେ ଏସିଆ ମହାଦେଶର ଦୁଇଟି ଚୀର ପ୍ରତିଦ୍ୱନ୍ଦି ରାଷ୍ଟ୍ର ପରସ୍ପର ମଧ୍ୟରେ ପରମାଣୁ ବେସର ଲିଷ୍ଟ ଶେୟାର କରିଛନ୍ତି । ଏମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଭାରତ ଅନ୍ୟଟି ହେଉଛି ପାକିସ୍ତାନ । ଏହା ପୂର୍ବରୁ ଏହି ଦୁଇ ଦେଶ ପରସ୍ପର ମଧ୍ୟରେ ବନ୍ଦୀ ଥିବା ନାଗରିକ ଓ ମତ୍ସଜୀବୀଙ୍କ ତାଲିକା ବି ଶେୟାର କରିଥିଲେ ।

ପରମାଣୁ ସ୍ଥାନଗୁଡିକର ତାଲିକା ଶେୟାର କରିବାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଚୁକ୍ତିନାମା ୩୦ ବର୍ଷରୁ ଅଧିକ ପୁରୁଣା । ସେହି ଚୁକ୍ତି ଅନୁଯାୟୀ, ଉଭୟ ଦେଶ ଜାନୁୟାରୀ ୧ରେ ପରମାଣୁ ଭିତ୍ତିଭୂମି ତାଲିକା ପରସ୍ପର ସହ ଶେୟାର କରିଥାଆନ୍ତି ।
ଭାରତ-ପାକିସ୍ତାନ ପରମାଣୁ ବେସର ଲିଷ୍ଟ ଶେୟାର କରିବା ଓ ଏହା ସହ ଜଡିତ ଅନ୍ୟ ତଥ୍ୟ ପରସ୍ପର ସହ ଶେୟାର କରିବା ଚୁକ୍ତି ୧୯୮୮ରେ ହୋଇଥିଲା । ଏହି ଚୁକ୍ତିରେ ଉଭୟ ଦେଶର ସରକାର ୩୧ ଡିସେମ୍ବର ୧୯୯୮ରେ ହସ୍ତାକ୍ଷର କରିଥିଲେ ଓ ୨୭ ଜାନୁୟାରୀ ୧୯୯୧ରେ ଏହାକୁ ଲାଗୁ କରାଯାଇଥିଲା ।
ଏହି ଚୁକ୍ତି ଅନୁଯାୟୀ, ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ବେସର ପ୍ରଥମ ଲିଷ୍ଟ ୧ ଜାନୁୟାରୀ ୧୯୯୨ରେ ଶେୟାର କରାଯାଇଥିଲା । ଏହାପରେ ଉଭୟ ଦେଶ ପ୍ରତିବର୍ଷ ଜାନୁୟାରୀ ୧ରେ ଏହି ଲିଷ୍ଟ ଶେୟାର କରି ଆସୁଛନ୍ତି । ସୂଚନାଯୋଗ୍ୟ, ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ବିପଦକୁ ନେଇ ଅଫିସିୟାଲ ଟ୍ରିଟି ରହିଛି, ଯାହା ୨୦୧୭ରେ ୫ ବର୍ଷ ପାଇଁ ବଢାଇ ଦିଆଯାଇଛି ।

Share