Categories: ଖେଳ

ଆଜି ଭାରତ-ପାକିସ୍ତାନ ଫାଇନାଲ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିବେ ମ୍ୟାଚ୍‌

କଲମ୍ବୋ,୨୩।୭: ଶ୍ରୀଲଙ୍କାରେ ଚାଲିଥିବା ପୁରୁଷ ଏମର୍ଜିଂ ଏସିଆ କପ ଫାଇନାଲରେ ଇଣ୍ଡିଆ ଏ ଏବଂ ପାକିସ୍ତାନ ଏ ମଧ୍ୟରେ ମୁକାବିଲା ହେବ। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ କଲମ୍ବୋର ପ୍ରସିଦ୍ଧ ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯିବ। ସେମିଫାଇନାଲରେ ଟିମ ଇଣ୍ଡିଆ ବାଂଲାଦେଶକୁ ପରାସ୍ତ କରିଛି। ଏଥି ସହ ପାକିସ୍ତାନ ଆୟୋଜକ ଶ୍ରୀଲଙ୍କାକୁ ପରାସ୍ତ କରି ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। ଏହି ଟୁର୍ନାମେଣ୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ଦ୍ୱିତୀୟ ମ୍ୟାଚ ହେବ। ଗ୍ରୁପ୍‌ ରାଉଣ୍ଡରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି।
ଏମର୍ଜିଂ ଏସିଆ କପରେ ଭାରତର ପ୍ରଦର୍ଶନ ଭଲ ରହିଛି। ଭାରତ ଗୋଟିଏ ବି ମ୍ୟାଚ ହାରି ନାହିଁ। ସେ ପ୍ରଥମ ମ୍ୟାଚରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ୮ ଉକେଟରେ ପରାସ୍ତ କରିଛନ୍ତି। ଏହା ପରେ ସେ ଦ୍ୱିତୀୟ ମ୍ୟାଚରେ ନେପାଳକୁ ୯ ଉଇକେଟରେ ପରାସ୍ତ କରିଥିଲେ। ଗ୍ରୁପ୍ର ଶେଷ ମ୍ୟାଚ୍‌ରେ ଭାରତ-ଏ ଦଳ ପାକିସ୍ତାନକୁ ୮ ଉଇକେଟରେ ପରାସ୍ତ କରିବାରେ ସଫଳ ହୋଇଥିଲା। ସେ ସେମିଫାଇନାଲରେ ବାଂଲାଦେଶକୁ ୫୧ ରନରେ ପରାସ୍ତ କରିଛନ୍ତି।
ଏମର୍ଜିଂ ଏସିଆ କପ ଫାଇନାଲ ମ୍ୟାଚ ୨ଟାରୁ ଆରମ୍ଭ ହେବ। ଏକ ଫାଇନାଲ ମ୍ୟାଚ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ସିଧା ପ୍ରସାରଣ ହେବ।

Share