Posted inଜାତୀୟ

ଦେଶ ବିଭାଜନ ମୃତକଙ୍କ ପାଇଁ ସଂସଦରେ ଶୋକ ପ୍ରସ୍ତାବ ଆଣନ୍ତୁ ଭାରତ-ପାକିସ୍ତାନ ସରକାର…

ଚଣ୍ଡିଗଡ଼, ୧୬।୮ : ଶ୍ରୀ ଅକାଳ ତଖତ୍‌ ସାହେବ ଜାଠେଦାର ଜ୍ଞାନୀ ହରପ୍ରୀତ ସିଂ କହିଛନ୍ତି ଯେ ଦେଶ ବିଭାଜନ ସମୟରେ ପ୍ରାଣ ହରାଇଥିବା ଏବଂ ବିସ୍ଥାପନର ଯନ୍ତ୍ରଣା ଭୋଗୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଭାରତ ଏବଂ ପାକିସ୍ତାନ ସରକାର ନିଜ ନିଜ ସଂସଦରେ ଶୋକ ପ୍ରସ୍ତାବ ପାରିତ କରନ୍ତୁ। ୧୯୪୭ରେ ଭାରତ-ପାକିସ୍ତାନ ବିଭାଜନ ସମୟରେ ମୃତ୍ୟୁ ଘଟିଥିବା ପଞ୍ଜାବୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ମଙ୍ଗଳବାର ଶ୍ରୀ ଅକାଳ ତଖତ୍‌ ସାହିବରେ ଏକ ସ୍ବତନ୍ତ୍ର ଆରଦାସ ସମାଗମ (ପ୍ରାର୍ଥନା ମଣ୍ଡଳୀ) ଆୟୋଜିତ ହୋଇଥିଲା।

ଅକାଳ ତଖତ୍‌ ସାହିବର ଜାଠେଦାର ଆରଦାସ ସମାଗମକୁ ସମ୍ବୋଧିତ କରି କହିଛନ୍ତି ଯେ ସ୍ବାଧୀନତାର ୭୫ ତମ ବାର୍ଷିକୀ ପାଳନ କରୁଥିବାବେଳେ ଉଭୟ ଦେଶର ସରକାର ଦେଶ ବିଭାଜନ ମୃତକଙ୍କୁ ସ୍ମରଣ କରିବା ଉଚିତ। ଯେଉଁମାନେ ବିସ୍ଥାପନର ଯନ୍ତ୍ରଣା ଭୋଗିଛନ୍ତି କିନ୍ତୁ ସରକାର ଏହାକୁ ଗୁରୁତ୍ୱପୂର୍ଣ୍ଣ ମନେ କରୁନାହାଁନ୍ତି।

ସେ କହିଛନ୍ତି ୧୯୪୭ ପୂର୍ବରୁ ଜନ୍ମ ହୋଇଥିବା ଲୋକଙ୍କୁ ଖୋଲା ହୃଦୟରେ ଭିଜା ଦିଆଯିବା ଉଚିତ ଯାହା ଦ୍ୱାରା ସେମାନେ ସହଜରେ ସେମାନଙ୍କର ଜନ୍ମସ୍ଥାନ, ପୈତୃକ ତଥା ଧାର୍ମିକ ସ୍ଥାନ ପରିଦର୍ଶନ କରିପାରିବେ। ୧୯୪୭ରେ ଦେଶ ବିଭାଜନରେ ଏବଂ ପରେ ପଞ୍ଜାବୀମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲେ। ସେହିପରୀ ବଙ୍ଗୀୟମାନେ ମଧ୍ୟ କ୍ଷତି ସହିଥିଲେ । ପଞ୍ଜାବ ଏବଂ ବଙ୍ଗଳା ଦୁଇ ରାଜ୍ୟର ଲୋକମାନେ ବ୍ରିଟିଶମାନଙ୍କ ବିରୁଦ୍ଧରେ ଅଧିକ ଲଢ଼ିିଥିଲେ। ତେଣୁ ସେମାନଙ୍କ ରାଜ୍ୟକୁ ଭୟଙ୍କର ଭାବରେ ବିଭାଜନ କରି ଦଣ୍ଡିତ କରାଯାଇଥିଲା। ଉଭୟ ପଞ୍ଜାବ ଏବଂ ବଙ୍ଗଳାର ସମ୍ପତ୍ତି ବିଭାଜିତ ହୋଇଥିଲା। ବ୍ରିଟିଶମାନଙ୍କ ବିରୋଧରେ ସଂଗ୍ରାମରେ ଅଧିକାଂଶ ବଳିଦାନ ହେଉଛି ପଞ୍ଜାବୀ, ଶିଖ ଏବଂ ବଙ୍ଗୀୟମାନଙ୍କର ବୋଲି ସେ କହିଛନ୍ତି।

ଏହି ଯନ୍ତ୍ରଣା ପଞ୍ଜାବୀଙ୍କ ମନରେ ଜୀବନ୍ତ ଅଛି ଏବଂ ଯେତେବେଳେ ସେମାନେ ସେମାନଙ୍କର ଜନ୍ମସ୍ଥାନ ଦେଖିବାକୁ ଚାହାଁନ୍ତି। ଯେପରି ମୁସଲମାନମାନଙ୍କୁ ହଜ ଯିବା ବନ୍ଦ କରିବା, ହିନ୍ଦୁମାନଙ୍କୁ ଶ୍ରୀ କାଟାସ ରାଜ ମନ୍ଦିରକୁ ଯିବାକୁ ବାରଣ କରିବା ଅପରାଧ, ସେହିପରି ଶିଖମାନଙ୍କୁ ପାକିସ୍ତାନରେ ଥିବା ଶ୍ରୀ ନାନକ ସାହିବ ଏବଂ ଅନ୍ୟ ଶିଖ ଧର୍ମସ୍ଥଳକୁ ଯିବା ବନ୍ଦ କରିବା ଅପରାଧ ଅଟେ।

ଉଭୟ ଦେଶର ସରକାର ଏହି ପ୍ରସଙ୍ଗରେ ଆଲୋଚନା କରିବା ଉଚିତ ଏବଂ ସମସ୍ତ ଧର୍ମର ଲୋକଙ୍କୁ ସେମାନଙ୍କର ଧାର୍ମିକ ସ୍ଥାନ ପରିଦର୍ଶନ ପାଇଁ ଭିଜା ପ୍ରଦାନ କରିବା ପାଇଁ ଖୋଲା ହୃଦୟରେ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି। ସେ ପଞ୍ଜାବରେ ଚାଲିଥିବା ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ପଞ୍ଜାବର ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ।

ନିଶା ସେବନ ତଥା ପ୍ରକୃତି ପ୍ରତି ଅବହେଳା ହେତୁ ପରିବେଶ ସଙ୍କଟ ଭଳି ଅମାନବୀୟ ଘଟଣା ପଞ୍ଜାବକୁ ଧ୍ୱଂସ ଆଡକୁ ନେଇଯାଉଛିନ୍‌ ପଞ୍ଜାବର ଯୁବପିଢ଼ିଙ୍କୁ ଡ୍ରଗ୍ସ ଏବଂ ପରିବେଶ ସଙ୍କଟରୁ ରକ୍ଷା କରିବା ପାଇଁ ଏକତ୍ର ହେବାକୁ ସେ ଆହ୍ବାନ ଦେଇଛନ୍ତି। ସମ୍ପ୍ରତି ବାୟୁ, ଜଳ ଏବଂ ସ୍ଥଳ ବିଷାକ୍ତ ହୋଇପଡିଛି। ଏହାକୁ ସୁରକ୍ଷିତ ରଖିବା ସମସ୍ତଙ୍କର କର୍ତ୍ତବ୍ୟ ଏବଂ ଧାର୍ମିକ ବିରୋଧୀ ତଥା ସାମାଜିକ ବିରୋଧୀ ଘଟଣା ଠିକ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶପଥ ନେଲେ ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ଆତିଶୀ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ତଥା ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ଶନିବାର ଶପଥ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ...

‘ଆପଣଙ୍କ କାର ମୋ ମା’ଙ୍କ ଘର ସହ ସମାନ’, ମୋଦିଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓବାମା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ଆମେରିକାର ଡେଲାୱେରରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ବୈଠକରେ...

ବର୍ଷକୁ ଦୁଇଟି ଗ୍ୟାସ ସିଲିଣ୍ଡର ମାଗଣା ମିଳିବ, ବଡ଼ ଘୋଷଣା କଲେ…

ନୂଆଦିଲ୍ଲୀ,୨୧।୯: ଜମ୍ମୁ କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଜମ୍ମୁରେ ପହଞ୍ଚିଛନ୍ତି। ଏହି ସମୟରେ...

ମିଛ ପ୍ରଚାର କରିବାରେ ଅମିତ ଶାହା ସବୁଠୁ ଆଗରେ: ଖାର୍ଗେ

ନୂଆଦିଲ୍ଲୀ, ୨୧।୯: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଜମ୍ମୁରେ ପହଞ୍ଚିଛନ୍ତି। ସେ ଜମ୍ମୁ କଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରାର୍ଥୀ ତାରା ଚାନ୍ଦଙ୍କ ପାଇଁ...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୟ କରୁଛି ପାକିସ୍ତାନ: କାହିଁକି ଏମିତି କହିଲେ ଅମିତ ଶାହା

ଶ୍ରୀନଗର,୨୧।୯: ଜମ୍ମୁ କଶ୍ମୀରର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ମେହେନ୍ଦରରେ ପହଞ୍ଚିଛନ୍ତି।...

ଅମର ପ୍ରୀତ୍ ସିଂହ ହେବେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୧ା୯: ଅମର ପ୍ରୀତ୍‌ ସିଂହ ହେବେ ନୂଆ ବାୟୁସେନା ମୁଖ୍ୟ। ଏୟାର ମାର୍ଶଲ ଅମର ପ୍ରୀତ୍ ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ସରକାର...

ମୁଖ୍ୟମନ୍ତ୍ରୀ ଅସୁସ୍ଥ

ଶିମଲା,୨୧।୯: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଅସୁସ୍ଥ ହୋଇପଡିଛନ୍ତି। ସେ ଶିମଲା ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଚନ୍ତି।...

ଏହି ରାଜ୍ୟରେ ପ୍ରବେଶ କଲେ ୯୦୦ ଆତଙ୍କବାଦୀ! ସୁରକ୍ଷାକୁ ନେଇ ବଢିଲା ଚିନ୍ତା

ଇମ୍ଫାଲ,୨୧।୯: ମ୍ୟାନମାରରୁ ପ୍ରାୟ ୯୦୦ ଆତଙ୍କବାଦୀ ମଣିପୁରରେ ପ୍ରବେଶ କରିଥିଲେ। ଏହା ଦେଶର ସୁରକ୍ଷା ଭଙ୍ଗ କରିବାକୁ ପ୍ରସ୍ତୁତି ବୋଲଇ କୁହାଯାଉଛି। ଗୁପ୍ତଚର ରିପୋର୍ଟ ଆଧାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri