Categories: ଖେଳ

ଭାରତ-ପାକିସ୍ତାନ ମହାମୁକାବିଲା: ଟସ୍‌ ଜିତିଲା ପାକିସ୍ତାନ

କଲମ୍ବୋ,୧୦।୯: ଏସିଆ କପ ସୁପର୍‌-୪ରେ ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଡ଼ ମୁକାବିଲା ଖେଳାଯାଉଛି। ଏହି ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ପାକିସ୍ତାନ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏଥି ସହ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ସେ ଟସ୍‌ ଜିତିଥିଲେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥାନ୍ତେ। ରୋହିତ ପ୍ଲେ -୧୧ରେ ଦୁଇଟି ପରିବର୍ତ୍ତନ କରିଛନ୍ତି। ଜସପ୍ରୀତ ବୁମ୍‌ରା ଦଳକୁ ଫେରିଛନ୍ତି। ଏଥି ସହିତ ଶ୍ରେୟାସ ଆୟାରଙ୍କ ସ୍ଥାନରେ କେ.ଏଲ ରାହୁଲଙ୍କୁ ସାମିଲ କରାଯାଇଛି।
ଏହାପୂର୍ବରୁ ବର୍ଷା ଯୋଗୁ ଗ୍ରୁପ ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚକୁ ବାତିଲ କରାଯାଇଥିଲା। ପ୍ରଶଂସକମାନେ ଏହି ମ୍ୟାଚ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

Share