Categories: ଖେଳ

ଆଜି ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌: ଜାଣନ୍ତୁ କେବେ, କେଉଁଠି ଖେଳାଯିବ ମ୍ୟାଚ୍‌

ଦୁବାଇ,୪।୯: ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମ୍ୟାଚ ରବିବାର ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଆଠ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଉଭୟ ଦଳ ମୁହାଁମୁହିଁ ହେବେ। ସୁପର-୪ ରାଉଣ୍ଡରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ପ୍ରଥମ ମ୍ୟାଚ ହେବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଗ୍ରୁପ ରାଉଣ୍ଡରେ ଦୁଇଟି ମ୍ୟାଚ ଜିତିଥିଲା। ଏଥି ସହିତ ବାବର ଆଜାମଙ୍କ ନେତୃତ୍ୱରେ ଦଳ ଗୋଟିଏ ବିଜୟ ହାସଲ କରିଛି। ଯଦିଓ ପାକିସ୍ତାନ ଶେଷ ମ୍ୟାଚକୁ ବିପୁଳ ବ୍ୟବଧାନରେ ଜିତିଥିଲା, ତଥାପି ହଂକଂ ବିପକ୍ଷରେ ବିଜୟ ହାସଲ କରିବା କଷ୍ଟସାଧ୍ୟ ଥିଲା।
ପୂର୍ବ ମ୍ୟାଚରେ ଭାରତ ପାକିସ୍ତାନକୁ ପାଞ୍ଚ ଉଇକେଟରେ ପରାସ୍ତ କରିଥିଲା। ଭାରତ ସେହି ଫର୍ମ ଜାରି ରଖିବାକୁ ଚାହିଁବ। ଏହାସହ ପାକିସ୍ତାନ ବିପକ୍ଷ ଏସିଆ କପରେ କ୍ରମାଗତ ପଞ୍ଚମ ବିଜୟ ହାସଲ କରିବାକୁ ଚାହୁଁଛି।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଏସିଆ କପରେ ସୁପର-୪ ରାଉଣ୍ଡର ଏହି ମ୍ୟାଚ ସେପ୍ଟେମ୍ବର ୪ରେ ରବିବାର ଖେଳାଯିବ। ଏହି ମ୍ୟାଚ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ରେ ଟସ ଭାରତୀୟ ସମୟ ସା ୭ଟା ସମୟରେ ଅନୁଷ୍ଠିତ ହେବ। ମ୍ୟାଚ୍‌ ସା ୭.୩୦ରୁ ଆରମ୍ଭ ହେବ। ଷ୍ଟାର୍‌ ସ୍ପୋର୍ଟସ ନେଟୱାର୍କର ଏସିଆ କପ ପ୍ରସାରଣ କରିବାର ଅଧିକାର ଅଛି। ଏହି ମ୍ୟାଚ ଷ୍ଟାର୍‌ ସ୍ପୋର୍ଟସ ୧, ଷ୍ଟାର୍‌ ସ୍ପୋର୍ଟସ ୩, ଷ୍ଟାର୍‌ ସ୍ପୋର୍ଟସ ସିଲେକ୍ଟ ଏଚ୍‌ଡିରେ ଦେଖିପାରିବେ। ଏହି ମ୍ୟାଚର ଲାଇଭ ଷ୍ଟ୍ରିମିଂ ଡିଜନି ପ୍ଲସ ହଟଷ୍ଟାର୍‌ ଆପରେ ଦେଖିବାକୁ ମିଳିବ।

Share