Posted inଖେଳ

ଗୋଟିଏ ଗ୍ରୁପ୍‌ରେ ଭାରତ, ପାକିସ୍ତାନ

ନୂଆଦିଲ୍ଳୀ,୯ା୮(ପି.ଟି.): ଚାଇନାର ହାଙ୍ଗଝୌରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍‌ ଗେମ୍ସ ୨୦୨୩ର ହକି କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପୁରୁଷ ବର୍ଗରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି। ଉଭୟ ଦଳ ଗ୍ରୁପ୍‌ ଏ’ରେ ସ୍ଥାନ ପାଇଥିବା ବେଳେ ଜାପାନ, ବାଂଲାଦେଶ, ସିଙ୍ଗାପୁର ଓ ଉଜବେକିସ୍ତାନ ମଧ୍ୟ ସମାନ ଗ୍ରୁପ୍‌ରେ ସାମିଲ ଅଛନ୍ତି। ଭାରତ ସେପ୍ଟେମ୍ବର ୨୪ ତାରିଖରେ ଉଜ୍‌ବେକିସ୍ତାନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଅନ୍ୟପକ୍ଷରେ ସେପ୍ଟେମ୍ବର ୩୦ ତାରିଖରେ ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ୍‌ ଖେଳାଯିବ। ମହିଳା ହକି ଦଳ ମଧ୍ୟ ପୁଲ୍‌ ଏ’ରେ ସ୍ଥାନ ପାଇଛି। ହଂକଂ, ସିଙ୍ଗାପୁର, ଦକ୍ଷିଣ କୋରିଆ ଓ ମାଲେସିଆ ଏହି ଗ୍ରୁପ୍‌ରେ ସାମିଲ ଅଛନ୍ତି। ମହିଳା ଦଳ ସେପ୍ଟେମ୍ବର ୨୭ ତାରିଖରେ ସିଙ୍ଗାପୁର ବିପକ୍ଷରୁ ଅଭିଯାନ ଆରମ୍ଭ କରିବ।
୨୦୧୮ର ଜାକାର୍ତ୍ତା ଏସିଆନ୍‌ ଗେମ୍ସ ପରି ଆମେ ଏକ ଶକ୍ତିଶାଳୀ ଗ୍ରୁପ୍‌ରେ ସ୍ଥାନ ପାଇଛୁ ବୋଲି ଭାରତୀୟ ପୁରୁଷ ଦଳ ଅଧିନାୟକ ହରମନ୍‌ପ୍ରୀତ ସିଂ କହିଛନ୍ତି। ଉକ୍ତ ସଂସ୍କରଣର ସ୍ବର୍ଣ୍ଣ ବିଜେତା ଜାପାନ ଏହି ଗ୍ରୁପ୍‌ରେ ରହିଛି। ତେବେ ସମସ୍ତ ଦଳକୁ ଆମେ ସମାନ ଢଙ୍ଗରେ ଦେଖୁଛୁ। କୌଣସି ମୁକାବିଲାକୁ ଆମେ ହାଲୁକା ଭାବରେ ନେଉନାହୁଁ ବୋଲି ହରମନପ୍ରୀତ କହିଛନ୍ତି। ବର୍ତ୍ତମାନ ଏହି ଦଳଗୁଡ଼ିକ ମଧ୍ୟରୁ କିଛି ଦଳଙ୍କ ସହିତ ଆମେ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫିରେ ଅଂଶଗ୍ରହଣ କରୁଛୁ। ଏହି ଅଭିଜ୍ଞତା ଏସିଆନ୍‌ ଗେମ୍ସରେ ଆମକୁ ଫାଇଦାରେ ରଖିବ ବୋଲି ହରମନ୍‌ପ୍ରୀତ୍‌ କହିଛନ୍ତି। ସମସ୍ତ ବିପକ୍ଷ ଦଳର ଶକ୍ତି ଓ ସାମର୍ଥ୍ୟ ଅନୁସାରେ ରଣନୀତି ପ୍ରସ୍ତୁତ କରିବୁ ବୋଲି ସେ କହିଛନ୍ତି। ପୁରୁଷ ଗ୍ରୁପ୍‌ ବି’ରେ ଦକ୍ଷିଣ କୋରିଆ, ମାଲେସିଆ, ଚାଇନା, ଓମାନ, ଥାଇଲାଣ୍ଡ ଓ ଇଣ୍ଡୋନେସିଆ ସ୍ଥାନ ପାଇଛନ୍ତି। ମହିଳା ବର୍ଗର ଗ୍ରୁପ୍‌ ବି’ରେ ଜାପାନ, ଚାଇନା, ଥାଇଲାଣ୍ଡ, କାଜାଖସ୍ତାନ ଓ ଇଣ୍ଡୋନେସିଆ ସହ ସ୍ଥାନ ପାଇଛନ୍ତି।
ପୁରୁଷ ଦଳ ଉଜବେକିସ୍ତାନ ସହ ପ୍ରଥମ ମ୍ୟାଚ୍‌ ଖେଳିବା ପରେ ସେପ୍ଟେମ୍ବର ୨୬ରେ ସିଙ୍ଗାପୁର, ୨୮ରେ ଜାପାନ ଓ ପାକିସ୍ତାନ ଏବଂ ବାଂଲାଦେଶ ସହିତ ଯଥାକ୍ରମେ ସେପ୍ଟେମ୍ବର ୩୦ ଓ ଅକ୍ଟୋବର ୨ ତାରିଖରେ ମ୍ୟାଚ୍‌ ଖେଳିବ। ୨୦୧୮ରେ ରୌପ୍ୟ ଜିତିଥିବା ଭାରତୀୟ ମହିଳା ଦଳ ଚଳିତ ସଂସ୍କରଣରେ ସ୍ବର୍ଣ୍ଣ ଜିତିବାକୁ ପ୍ରୟାସ କରିବ ବୋଲି କହିଛନ୍ତି ଅଧିନାୟିକା ସବିତା ପୁନିଆ। ଦଳର କ୍ୟାମ୍ପ ଓ ପ୍ରସ୍ତୁତି ଶିବିର ଚମତ୍କାର ରହିଥିବା ବେଳେ ଏଥିରୁ ଭଲ ଫଳ ମିଳିବ ବୋଲି ସେ ଆଶା ରଖିଛନ୍ତି। ଗୋଙ୍ଗସୁ କାନାଲ ସ୍ପୋଟର୍‌ସ ପାର୍କ ଷ୍ଟାଡିୟମରେ ସମସ୍ତ ହକି ମ୍ୟାଚ ଖେଳାଯିବ। ଅକ୍ଟୋବର ୬ ତାରିଖରେ ପୁରୁଷ ଓ ଏହାର ଗୋଟିଏ ଦିନ ପରେ ମହିଳା ବର୍ଗର ଫାଇନାଲ ମ୍ୟାଚ୍‌ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri