Categories: ଖେଳ

ରବିବାର ଭାରତ-ପାକିସ୍ତାନ ଲଢ଼େଇ…

ମେଲବୋର୍ନ,୨୦।୧୦ : ଆଇସିସି ଟି -୨୦ ବିଶ୍ୱକପର ବହୁ ପ୍ରତିକ୍ଷୀତ ଭୋଲଟେଜ୍‌ ଭାରତ-ପାକିସ୍ତାନ ମ୍ୟାଚ୍‌ ୨୩ ଅକ୍ଟୋବର ରବିବାର ଖେଳାଯିବ । ଭାରତ ସମ୍ମୁଖରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ଦଳ ରହିବ। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ ମେଲବୋର୍ନରେ ଖେଳାଯିବ। ଏହି ଟୁର୍ନାମେଣ୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ପ୍ରଥମ ମ୍ୟାଚ । ଉଭୟ ଦଳ ଏକ ବିଜୟ ସହିତ ଅଭିଯାନ ଆରମ୍ଭ କରିବାକୁ ଚାହୁଁଛନ୍ତି। ଏହି ମ୍ୟାଚ ଜିତିବା ଦ୍ୱାରା ଭାରତୀୟ ଦଳ ଦୀପାବଳିରେ ପ୍ରଶଂସକମାନଙ୍କୁ ଉପହାର ଦେଇପାରିବେ।

ଗୋଟିଏ ବର୍ଷ ପରେ ଟି -୨୦ ବିଶ୍ୱକପରେ ଉଭୟ ଦଳ ମୁହାଁମୁହିଁ ହେବେ। ଗତଥର ଦୁବାଇରେ ଶାହିନ ଆଫ୍ରିଦିଙ୍କ ବିପଜ୍ଜନକ ବୋଲିଂ ଏବଂ ବାବର ଆଜମ-ମହମ୍ମଦ ରିଜୱାନଙ୍କ ବିସ୍ଫୋରକ ଇନିଂସ ଯୋଗୁଁ ପାକିସ୍ତାନ ଟିମ ଇଣ୍ଡିଆକୁ ୧୦ ୱିକେଟରେ ପରାସ୍ତ କରିଥିଲା। ବିଶ୍ୱକପରେ ଭାରତ ପ୍ରଥମ ଥର ପାଇଁ ପାକିସ୍ତାନଠାରୁ ପରାଜିତ ହୋଇଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ସେହି ପରାଜୟର ପ୍ରତିଶୋଧ ନେବାକୁ ରବିବାର ଓହ୍ଲାଇବ।

 

ହେଡ ଟୁ ହେଡ:

 

ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ୧୧ ଟି -୨୦ ମ୍ୟାଚ ଖେଳାଯାଇଛି। ସେଥି ମଧ୍ୟରୁ ଭାରତ ଆଠଟି ମ୍ୟାଚ ଜିତିଛି। ଅପରପକ୍ଷରେ ପାକିସ୍ତାନ ମାତ୍ର ତିନୋଟି ମ୍ୟାଚ ଜିତିଛି। ଟି -୨୦ ବିଶ୍ୱକପ ବିଷୟରେ କହିବାକୁ ଗଲେ ଉଭୟଙ୍କ ମଧ୍ୟରେ ୬ ଟି ମ୍ୟାଚ ହୋଇଛି। ଏଥିରେ ଭାରତ ପାଞ୍ଚଟି ଜିତିଛି। ପାକିସ୍ତାନକୁ ଗୋଟିଏ ବିଜୟ ମିଳିଛି।

 

ମ୍ୟାଚର ପ୍ରସାରଣ ଏବଂ ଅନଲାଇନ ଟେଲିକାଷ୍ଟ :

 

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୧ଟା ୩୦ ରୁ ଆରମ୍ଭ ହେବ। ଟସ ଅପରାହ୍ନ ୧ଟାରେ ହେବ ।

 

କେଉଁ ଟିଭି ଚ୍ୟାନେଲରେ ମ୍ୟାଚ ପ୍ରସାରିତ ହେବ?

 

ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଟି -୨୦ ବିଶ୍ୱକପ ପ୍ରସାରଣ କରିବାର ଅଧିକାର ଅଛି। ହିନ୍ଦୀ ଏବଂ ଇଂଲିଶ୍‌ ବ୍ୟତୀତ ଷ୍ଟାର ସ୍ପୋର୍ଟସର ବିଭିନ୍ନ ଚ୍ୟାନେଲରେ ଦେଶର ଅନ୍ୟ ଭାଷାରେ କମେଣ୍ଟ୍ରି ସହିତ ଭାରତ ଏବଂ ପାକିସ୍ଥାନ ମ୍ୟାଚ ଦେଖିହେବ।

 

ଫୋନ କିମ୍ବା ଲାପଟପରେ ଲାଇଭ ମ୍ୟାଚ କିପରି ଦେଖିବେ?

 

ଏହି ମ୍ୟାଚର ଲାଇଭ ଷ୍ଟ୍ରିମିଂ ଭାରତର ଡିଜନି ପ୍ଲସ ହଟଷ୍ଟାର୍‌ ଆପରେ ଦେଖିବାକୁ ମିଳିବ।

 

ମାଗଣାରେ ମ୍ୟାଚ କିପରି ଦେଖିବେ?

ଏହି ମ୍ୟାଚ ଡିଡି ଫ୍ରି ଡିସର ଡିଡି ସ୍ପୋର୍ଟସ ଚ୍ୟାନେଲରେ ପ୍ରସାରିତ ହେଉଛି । ଡିଡି ସ୍ପୋର୍ଟସ ଚ୍ୟାନେଲ ପାଇଁ କୌଣସି ଦେୟ ନାହିଁ । ଏଠାରେ ମାଗଣାରେ ଏହି ମ୍ୟାଚ ଦେଖିହେବ।

Share