Categories: ଖେଳ

ପୁଣି ଭାରତ-ପାକିସ୍ତାନ ମ୍ୟାଚ୍‌ ଆରମ୍ଭ

କଲମ୍ବୋ,୧୧।୯: ଏସିଆ କପ୍‌ ସୁପର୍‌-୪ରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ ରିଜର୍ଭ ଡେ’ରେ ପୁଣି ଆରମ୍ଭ ହୋଇଛି। ବର୍ଷା ଯୋଗୁ ରବିବାର ହେବା ସମୟରେ ଭାରତୀୟ ଦଳ ୨୪.୧ ଓଭରରେ ଦୁଇଟି ଉଇକେଟ୍‌ ହରାଇ ୧୪୭ ରନ ସଂଗ୍ରହ କରିଥିଲା। ଏହି ସ୍କୋରଠାର ଭାରତ ଖେଳିବା ଆରମ୍ଭ କରିଛି। ସୋମବାର ପଡ଼ିଆ ଯାଞ୍ଚ କରିବା ପରେ ଅମ୍ପାୟାରମାନେ ଅପରାହ୍ନ ୪.୪୦ରେ ଖେଳ ଆରମ୍ଭ ହେବ ବୋଳି ନିଷ୍ପତ୍ତି ନେଇଥିଲେ। ଓଭର ସଂଖ୍ୟାରେ କୌଣସି ହ୍ରାସ ହୋଇନାହିଁ ଏବଂ ଉଭୟ ଦଳ ପୂର୍ଣ୍ଣ ୫୦ ଓଭର ଖେଳିବେ। ବିରାଟ କୋହଲି ୧୬ ବଲରେ ୮ ରନ ସହ ଲୋକେଶ ରାହୁଲ ୨୮ ବଲରେ ୧୭ ରନରେ ଖେଳୁଛନ୍ତି।

Share