Categories: ଖେଳ

ଫାଇନାଲରେ ହୋଇପାରେ ଭାରତ-ପାକିସ୍ତାନ ଭେଟ !…

ମୋଲବୋର୍ନ,୫।୧୧ : ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ସମ୍ଭବ ବୋଲି କୁହାଯାଉଛି। ୨୦୨୨ ଟି-୨୦ ବିଶ୍ୱକପ୍‌ ଫର୍ମାଟ ଅନୁସାରେ ଭାରତ ସେମିଫାଇନାଲ ଖେଳିବା ଆଶା ରହିଥିବାବେଳେ ଏନେଇ ପାକିସ୍ତାନକୁ ଅନ୍ୟ ଦଳର ମ୍ୟାଚର ଫଳାଫଳ ଊପରେ ନିର୍ଭର କରିବାକୁ ପଡ଼ିବ।

ଦକ୍ଷିଣ ଆଫ୍ରିକା ନିଜର ଶେଷ ମ୍ୟାଚ ନେଦରଲାଣ୍ଡ ସହିତ ରବିବାର ଖେଳିବ। ଯଦି ନିଜର ଶେଷ ମ୍ୟାଚରେ ନେଦଲାଣ୍ଡ ଦକ୍ଷିଣ ଆଫ୍ରିିକାକୁ ପରାଜିତ କରେ ଏବଂ ପାକିସ୍ତାନ ବାଂଲାଦେଶକୁ ହରାଏ। ତେବେ ପାକିସ୍ତାନ ସେମିଫାଇନାଲକୁ ଯାଇ ପାରିବ। ସେହିପରି ଭାରତକୁ ମଧ୍ୟ ନିଜର ଶେଷ ମ୍ୟାଚରେ ଜିମ୍ବାଓ୍ବେକୁ ହରାଇବାକୁ ପଡ଼ିବ।
ଏଭଳି ସ୍ଥିତିରେ ଭାରତ ଏବଂ ଇଲଣ୍ଡ ମଧ୍ୟରେ ସେମିଫାଇନାଲ ଖେଳା ଯିବ। ସେହିପରି ଦ୍ୱିତୀୟ ସେମିଫାଇନାଲ ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ। ଯଦି ସେମିଫାଇନାଲରେ ଉଭୟ ଭାରତ ପାକିସ୍ତାନ ବିଜୟୀ ହୁଅନ୍ତି ତେବେ ଫାଇନାଲରେ ସେମାନେ ପରସ୍ପରକୁ ଭେଟିବାର ଆଶା ରହିଛି।

ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ ମେଲବୋର୍ନରେ ନଭେମ୍ବର ୧୩ରେ ଖେଳାଯିବ। ସୂଚନାଯୋଗ୍ୟ, ୨୦୦୭ରେ ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ ପାକିସ୍ତାନକୁ ହରାଇଥିଲା।

Share