Categories: ଜାତୀୟ

ଶାନ୍ତି ପାଇଁ ଭାରତ-ପାକିସ୍ତାନ ନିଷ୍ଠାପର ଭାବେ ଆଲୋଚନା କରିବା ଜରୁରୀ: ଫାରୁକ ଅବଦୁଲା…

ଶ୍ରୀନଗର,୧୨।୮ : ନ୍ୟାଶନାଲ କନଫରେନ୍ସ (ଏନସି) ଅଧ୍ୟକ୍ଷ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟନ୍ତ୍ରୀ ଫାରୁକ ଅବଦୁଲ୍ଲା ଶନିବାର କହିଛନ୍ତି ସୀମା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା କିମ୍ବା ଜମ୍ମୁ-କଶ୍ମୀରରେ ରାଲି ଆୟୋଜନ କରିବା କେବଳ ଏକ ପ୍ରହଶନ। କଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ନିଷ୍ଠାପର ଭାବେ ଆଲୋଚନା ନ କରିବା ପର୍ଯ୍ୟନ୍ତ ଅଶାନ୍ତ ସ୍ଥିତି ଜାରି ରହିବ।

ଶ୍ରୀନଗରରେ ଖବରଦାତାଙ୍କୁ ଅବଦୁଲ୍ଲା କହିଛନ୍ତି, ଉଭୟ ଦେଶର ହୃଦୟ ନିର୍ମଳ ହେବା ଉଚିତ। ଶାନ୍ତି ନାମରେ ବିଭିନ୍ନ ନାଟକ କରାଯାଉଛି। ଏସବୁ କେବେ ମଧ୍ୟ ଗ୍ରହଣୀୟ ନୁହେଁ। ଏହା ଦ୍ୱାରା ସମସ୍ୟାର ସମାଧାନ କେବେ ମଧ୍ୟ ହେବ ନାହିଁ। ବଂର ଏହା ବୃଦ୍ଧି ପାଇବ।

ସରକାରଙ୍କ ପକ୍ଷରୁ କୁହାଯାଉଛି ଜମ୍ମୁ-କଶ୍ମୀରରେ ସ୍ବାଭାବିକ ସ୍ଥିତି ଫେରିଛି। ଯଦି ଶାନ୍ତି ଅଛି, ତେବେ ଆତଙ୍କବାଦ କାହିଁକି ଜାରି ରହିଛି, ଗୁଳି କାହିଁକି ଫୁଟୁଛି, ସୈନିକ ଏବଂ ଲୋକଙ୍କୁ କାହିଁକି ହତ୍ୟା କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସରକାର କେବଳ ଲୋକଙ୍କୁ ଶାନ୍ତି କହି ଭ୍ରମିତ କରୁଛନ୍ତି।

Share