Posted inଖେଳ

ପଏଣ୍ଟ ବାଣ୍ଟିଲେ ଭାରତ, ପାକିସ୍ତାନ

ପାଲେକେଲ୍‌,୩।୯(ପି.ଟି.): ଏସିଆ କପ୍‌ କ୍ରିକେଟ୍‌ ୨୦୨୩ର ବହୁ ପ୍ରତୀକ୍ଷିତ ଭାରତ ପାକିସ୍ତାନ ମ୍ୟାଚ୍‌ ଶନିବାର ବିନା ଫଳାଫଳରେ ଶେଷ ହୋଇଛି। ଫଳରେ ଉଭୟ ଦଳ ପଏଣ୍ଟ ବାଣ୍ଟିବାକୁ ବାଧ୍ୟ ହୋଇଛନ୍ତି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଇଶାନ କିଶନ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଭାରତ ୪୮.୫ ଓଭରରେ ୨୬୬ ରନ୍‌ କରି ଅଲଆଉଟ ହୋଇଛି। ଜବାବରେ ନିୟମିତ ବର୍ଷା କାରଣରୁ ପାକିସ୍ତନର ବ୍ୟାଟିଂ ସମ୍ଭବ ନ ହେବା କାରଣରୁ ମ୍ୟାଚ୍‌ ବାତିଲ ହୋଇଥିଲା। ମେଘୁଆ ପାଗ ନେଇ ପୂର୍ବରୁ ଆକଳନ କରାଯାଇଥିଲେ ମଧ୍ୟ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆଶ୍ଚର୍ଯ୍ୟ ଜନକ ଭାବରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନ ପକ୍ଷରୁ ପେସ୍‌ ବୋଲର ଶାହିନ୍‌ ଶାହ ଆଫ୍ରିଦି ଘାତକ ବୋଲିଂ କରି ୩୫ ରନ୍‌ରେ ୪ ଉଇକେଟ ନେଇଥିବା ବେଳେ ହରିଶ ରୌଫ୍‌ ଓ ନଶିମ ଶାହା ପ୍ରତ୍ୟେକ ୩ଟି ଲେଖାଏ ଉଇକେଟ ନେଇଥିଲେ।
ଶାହିନ୍‌-ରୌଫ୍‌ଙ୍କ ଅଗ୍ନିବର୍ଷୀ ବୋଲିଂ: ଟସ୍‌ ଜିତି ଦୁଇ ଓପନର ରୋହିତ ଶର୍ମା(୧୧) ଓ ଶୁବମାନ ଗିଲ୍‌(୧୦) ସତର୍କତାର ସହିତ ବ୍ୟାଟିଂ ଆରମ୍ଭ କରିଥିଲେ। ମ୍ୟାଚ୍‌ର ପଞ୍ଚମ ଓଭରରେ ବର୍ଷା ହେବା କାରଣରୁ ଖେଳ ବନ୍ଦ ରହିଥିଲା। ବର୍ଷା ପରେ ଶାହିନ୍‌ ଅଗ୍ନିବର୍ଷୀ ବୋଲିଂ କରିଥିଲେ। ଭାରତୀୟ ଟପ୍‌ ଅର୍ଡର ଓଭରକାଷ୍ଟ କଣ୍ଡିସନରେ ପାକିସ୍ତାନୀ ପେସ୍‌ ବୋଲରଙ୍କ ସୁଇଂ ଆଗରେ ହାର୍‌ ମାନିଥିଲେ। ରୋହିତ ଶର୍ମା ୧୧ ଓ ବିରାଟ କୋହଲି ମାତ୍ର ୪ ରନ୍‌ କରି ଆଉଟ ହୋଇଥିଲେ। ଉଭୟଙ୍କୁ ବୋଲ୍ଡ କରି ଶାହିନ୍‌ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଆହତ ସମସ୍ୟାରୁ ପ୍ରତ୍ୟାବର୍ତ୍ତନ କରିଥିବା ଶ୍ରେୟସ୍‌ ଆୟର ଦୁଇଟି ଚୌକା ସହିତ ସକରାତ୍ମକ ଢଙ୍ଗରେ ଆରମ୍ଭ କରିଥିଲେ। ତେବେ ହରିଶ ରୌଫ୍‌ଙ୍କୁ ବଡ ଶଟ୍‌ ଖେଳିବାକୁ ଯାଇ ଆୟର ୧୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ଶୁବମନ ଗିଲ୍‌ ମଧ୍ୟ ମାତ୍ର ୧୦ ରନ୍‌ କରି ଆଉଟ ହେବାରୁ ଭାରତ ୬୬ ରନ୍‌ରେ ୪ ଉଇକେଟ ହରାଇଥିଲା। ଏହା ମଧ୍ୟରୁ ଶାହିନ୍‌ ଦୁଇଟି ଓ ହରିଶ ରୌଫ୍‌ ଦୁଇଟି ଉଇକେଟ ନେଇଥିଲେ।
ପାଣ୍ଡ୍ୟା-କିଶନଙ୍କ ଶତକୀୟ ଭାଗୀଦାରି: ୬୬ ରନ୍‌ରେ ୪ ଉଇକେଟର ପତନ ଘଟିବା ପରେ ଇଶାନ୍‌ କିଶନ୍‌(୮୨) ଓ ହାର୍ଦ୍ଦିକ ପାଣ୍ଡ୍ୟା(୮୭) ମୋର୍ଚ୍ଚା ସମ୍ଭାଳିଥିଲେ। ପାକିସ୍ତାନ ବିପକ୍ଷରେ ସର୍ବାଧିକ ପଞ୍ଚମ ଉଇକେଟ ଭାଗୀଦାରି ରେକର୍ଡ କରିବା ସହିତ ଉଭୟ ୧୩୮ ରନ୍‌ ଯୋଡ଼ିଥିଲେ। ପୂର୍ବରୁ ଏହି ରେକର୍ଡ ରାହୁଲ ଡ୍ରାଭିଡ୍‌ ଓ ମହମ୍ମଦ କୈଫ୍‌ଙ୍କ ନାମରେ ରହିଥିଲା। ଉଭୟ ୨୦୦୬ରେ ୧୧୮ ରନ୍‌ର ଭାଗୀଦାରି କରିଥିଲେ। ଉଭୟ ଖେଳାଳି ୨୩ ଓଭର ବ୍ୟାଟିଂ କରିବା ସହିତ ୬ ହାରରେ ରନ୍‌ ସଂଗ୍ରହ କରିଥିଲେ। ନୂଆ ରୋଲ୍‌ରେ ଅର୍ଥାତ ୪ ନମ୍ବର ସ୍ଥାନରେ ଖେଳିଥିବା କିଶନ ୮୧ ବଲ୍‌ ଖେଳି ୯ ଚୌକା ଓ ୨ ଛକା ସହିତ ୮୨ ରନ କରିଥିଲେ। ଅନ୍ୟ ପକ୍ଷରେ ଭାରତର ଟପ୍‌ ସ୍କୋରର ରହିଥିବା ହାର୍ଦ୍ଦିକ ୯୦ ବଲ୍‌ ଖେଳି ୭ ଚୌକା ଓ ୧ ଛକା ମାରଥିଲେ। ଭାରତ ଏକ ବଡ଼ ସ୍କୋର ଆଡ଼କୁ ଅଗ୍ରସର ହେଉଥିବା ବେଳେ ୪୪ ତମ ଓଭରରେ ଶାହିନ୍‌ ୫ ବଲ୍‌ ବ୍ୟବଧାନରେ ହାର୍ଦ୍ଦିକ ଓ ରବୀନ୍ଦ୍ର ଜାଡେଜାଙ୍କୁ ଆଉଟ କରିଥିଲେ। ଶେଷ ଆଡ଼କୁ ଯଶପ୍ରୀତ ବୁମ୍‌ରା ୧୬ ରନ୍‌ କରିବାରୁ ଭାରତ ୨୬୬ ରନ୍‌ରେ ପହଞ୍ଚିଥିଲା। ପାକିସ୍ତାନ ପକ୍ଷରୁ ପେସ୍‌ ବୋଲର ୧୦ଟି ଯାକ ଉଇକେଟ ନେଇଥିବା ବେଳେ ୩ ସ୍ପିନର ଉଇକେଟ ଶୂନ୍ୟ ରହିଥିଲେ। ଶାହିନ୍‌ ଶାହ ଆଫ୍ରିଦି ୪ ଉଇକେଟ ନେଇଥିବା ବେଳେ ହରିଶ ରୌଫ୍‌ ଓ ନଶିମ ଶାହା ପ୍ରତ୍ୟେକ ୩ଟି ଲେଖାଏ ଉଇକେଟ ନେଇଥିଲେ। ଭାରତୀୟ ଇନିଂସ ଶେଷ ହେବା ପରେ ବର୍ଷା କାରଣରୁ ପାକିସ୍ତାନ ଇନିଂସରେ ଗୋଟିଏ ବି ବଲ୍‌ ପଡ଼ିବା ସମ୍ଭବ ହୋଇ ନଥିଲା। ସେପ୍ଟେମ୍ବର ୪ ତାରିଖରେ ଭାରତ ଏହାର ପରବର୍ତ୍ତୀ ମ୍ୟାଚରେ ନେପାଳକୁ ଭେଟିବ।
ସଂକ୍ଷିପ୍ତ ସ୍କୋର
ଭାରତ ୪୮.୫ ଓଭରରେ ୨୬୬/୧୦ (ହାର୍ଦ୍ଦିକ ପାଣ୍ଡ୍ୟା-୮୭, ଇଶାନ କିଶନ୍‌-୮୨, ଯଶପ୍ରୀତ୍‌ ବୁମ୍‌ରା-୧୬, ଶାହିନ୍‌ ଶାହ ଆଫ୍ରିଦି-୪/୩୫, ହରିଶ ରୌଫ୍‌-୩/୫୮, ନଶିମ ଶାହା୩/୩୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜିଲା ପାଇଁ ଗୌରବ: ୩ ସ୍ବର୍ଣ୍ଣ ପଦକ ଜିତିଲେ ମୁକେଶ

ଭବାନୀପାଟଣା,୧୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ମୁକେଶ ମହାନନ୍ଦ କେଭିଏସ୍‌ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ତିନୋଟି...

ଧୋନୀଙ୍କୁ ପଛରେ ପକାଇ ପନ୍ତ ହେଲେ ‘ନମ୍ବର ୧’

ନୂଆଦିଲ୍ଲୀ,୧୯।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜବରଦସ୍ତ କମ୍‌ବ୍ୟାକ୍‌ କରିଛି ଟିମ୍‌ ଇଣ୍ଡିଆ। ପ୍ରଥମ ଇନିଂସରେ ମାତ୍ର ୪୬ ରନ୍‌ରେ ଅଲଆଉଟ୍‌ ହେବା ପରେ ଭାରତୀୟ...

ପିଚ୍‌ରେ ଡିଆଁ ମାରି ରିଷଭ ପନ୍ତଙ୍କୁ ରକ୍ଷା କଲେ ସରଫରାଜ: ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ,୧୯।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଟିମ ଇଣ୍ଡିଆ ପାଇଁ ସରଫରାଜ ଖାନ ଶତକ ହାସଲ କରିଛନ୍ତି। ସରଫରାଜଙ୍କ ଏହି ଇନିଂସ ସହ ଜଡିତ ଏକ...

ଚମକିଲେ ସରଫରାଜ: ଭାରତକୁ ବିପଦରୁ କଲେ ରକ୍ଷା

ବେଙ୍ଗାଲୁରୁ,୧୯।୧୦: ବେଙ୍ଗାଲୁରୁ ଟେଷ୍ଟ ଭାରତୀୟ ଷ୍ଟାର ଖେଳାଳିଙ୍କ ସରଫରାଜ ଖାନ୍‌ କ୍ୟାରିୟର ପ୍ରଥମ ଶତକ ମାରିଛନ୍ତି। ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ରୋହିତ ଶର୍ମାଙ୍କ ରୂପରେ...

ଇତିହାସ ରଚିଲେ ବିରାଟ କୋହଲି… ହାସଲ କଲେ ସ୍ବତନ୍ତ୍ର ରେକର୍ଡ

ବେଙ୍ଗାଲୁରୁ,୧୮।୧୦: ବିରାଟ କୋହଲି ତାଙ୍କ ଟେଷ୍ଟ କ୍ୟାରିୟରରେ ୯୦୦୦ ରନ ପୂରଣ କରିଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବାଙ୍ଗାଲୋରରେ...

‘ଧୋନୀଙ୍କ ଭଳି କ୍ୱାଲିଟି ଆଣ’

ନୂଆଦିଲ୍ଲୀ,୧୮।୧୦: ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୫୬ ରନ୍‌ରେ ଅଗ୍ରଣୀ ରହିଥିଲା। ଏହାକୁ ନେଇ ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସ କ୍ରିକେଟ ନିର୍ଦ୍ଦେଶକ ଭାବେ ଗାଙ୍ଗୁଲି ନିଯୁକ୍ତ

ନୂଆଦିଲ୍ଲୀ, ୧୮ା୧୦: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗୁରୁବାର ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସର କ୍ରିକେଟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ସଂସ୍ଥାର ସେ ସମସ୍ତ କ୍ରିକେଟ...

ଅଶ୍ୱିନଙ୍କ କ୍ୟାରିୟରର ସବୁଠୁ ଖରାପ ଦିନ, ପ୍ରଥମ ଥର ପାଇଁ ଘଟିଲା ଏଭଳି

ନୂଆଦିଲ୍ଲୀ,୧୮।୧୦: ଟିମ୍‌ ଇଣ୍ଡିଆର ଭେଟେରାନ ସ୍ପିନର ଆର୍‌. ଅଶ୍ୱିନଙ୍କ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ ସ୍ମରଣୀୟ ହୋଇ ରହିବ। କାରଣ ମ୍ୟାଚ୍‌ର ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri