Categories: ଖେଳ

ରିଜର୍ଭ ଡେରେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୦ା୯: କଲମ୍ବୋ ସ୍ଥିତ ଆର୍‌.ପ୍ରେମାଦାସ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଏସିଆ କପ୍‌ ସୁପର-୪ ଭାରତ-ପାକିସ୍ତାନ ମ୍ୟାଚ୍‌ ବର୍ଷା କାରଣରୁ ବାଧାପ୍ରାପ୍ତ ହୋଇଛି। ଫଳରେ ରିଜର୍ଭ ଡେ ଅର୍ଥାତ ସୋମବାର ମ୍ୟାଚ୍‌ ପୁଣି ଖେଳାଯିବ।

ପାକିସ୍ତାନ ଅଧିନାୟକ ବାବର ଆଜମ୍‌ ଟସ୍‌ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ୨୪.୧ ଓଭରରେ ୧୪୭ ରନ୍‌ କରିଥିବା ବେଳେ ବର୍ଷା କାରଣରୁ ଖେଳ ବନ୍ଦ ରହିଥିଲା। ପାଗ ଅନୁକୂଳ ନ ହେବାରୁ ଶେଷରେ ରିଜର୍ଭ ଡେକୁ ମ୍ୟାଚ୍‌ ଘୁଞ୍ଚାଯାଇଥିଲା। ସୋମବାର ଅପରାହ୍ନ ୨.୩୦ରେ ମ୍ୟାଚ୍‌ ଆରମ୍ଭ ହେବାକୁ ଥିବା ବେଳେ ବିରାଟ କୋହଲି ଓ ଲୋକେଶ ରାହୁଲ ବ୍ୟାଟିଂ ଆରମ୍ଭ କରିବେ। ଅଧିନାୟକ ରୋହିତ ଶର୍ମା ୫୬ ଓ ଶୁବମାନ ଗିଲ୍‌ ୫୮ ରନ୍‌ କରି ପ୍ୟାଭିଲିୟନ ଫେରିଛନ୍ତି। ଏହା ପୂର୍ବରୁ ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ମଧ୍ୟ ବର୍ଷାରେ ବାତିଲ ହୋଇଯାଇଥିଲା।

Share