Categories: ଜାତୀୟ

ଭାରତ-ପାକିସ୍ତାନ ଆଲୋଚନା ବନ୍ଦ: ସଫାସଫା କହିଦେଲେ ଜୟଶଙ୍କର

ଇସଲାମାବାଦ,୫।୧୦: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ୧୫-୧୬ ଅକ୍ଟୋବରରେ ପାକିସ୍ତାନ ଗସ୍ତ କରିବେ। ଏହି ସମୟରେ ସେ ଇସଲାମାବାଦରେ ହେବାକୁ ଥିବା ଏସସିଓ ହେଡସ ଅଫ ଗଭର୍ନମେଣ୍ଟ (ସିଏଚ୍‌ଜି) ବୈଠକରେ ଅଂଶଗ୍ରହଣ କରିବେ। ୯ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ହେବ ଯେ ଜଣେ ଭାରତୀୟ ମନ୍ତ୍ରୀ ପାକିସ୍ତାନ ଗସ୍ତ କରିବେ।

୧୯ ଅଗଷ୍ଟରେ ଏସସିଓ ବୈଠକ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବୈଠକ ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏସସିଓ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ତାଙ୍କର ପାକିସ୍ତାନ ଗସ୍ତରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ଏହା (ଏହି ଗସ୍ତ) ବହୁପକ୍ଷୀୟ କାର୍ଯ୍ୟକ୍ରମ ପାଇଁ ହେବ। ମୁଁ ଭାରତ-ପାକିସ୍ତାନ ସମ୍ପର୍କ ବିଷୟରେ ଆଲୋଚନା କରିବାକୁ ସେଠାକୁ ଯାଉନାହିଁ। ଜଣେ ଭଲ ଏସ୍‌ସିଓ ସଦସ୍ୟ ଭାବରେ ମୁଁ ସେଠାକୁ ଯାଉଛି।

ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ପାକିସ୍ତାନ ଗସ୍ତ ସମ୍ପର୍କରେ ଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି, ଇସଲାମାବାଦରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ଦ୍ୱାରା ପ୍ରତିନିଧିତ୍ୱ କରିବ। ଏକ ପ୍ରତିନିଧୀ ଦଳ ମଧ୍ୟ ତାଙ୍କ ସହ ଆସିବେ।

ସୂଚନାଯୋଗ୍ୟ ଯେ, ୧୫-୧୬ ଅକ୍ଟୋବରରେ ଇସଲାମାବାଦରେ ଏସସିଓ ସମ୍ମିଳନୀ ଅନୁଷ୍ଠିତ ହେବ। ଭାରତ ଏବଂ ପାକିସ୍ତାନ ବ୍ୟତୀତ କାଜାଖସ୍ତାନ, ଚାଇନା, କିର୍ଗିଜସ୍ଥାନ, ରୁଷିଆ, ତାଜିକିସ୍ତାନ ଏବଂ ଉଜବେକିସ୍ତାନର ବରିଷ୍ଠ ନେତାମାନେ ମଧ୍ୟ ସାଂଘାଇ ସହଯୋଗ ସଂଗଠନର ଏହି ବୈଠକରେ ଅଂଶଗ୍ରହଣ କରିବେ।

Share