ପୁଲଓ୍ବାମା ଆକ୍ରମଣ ପରେ ଭାରତ-ପାକିସ୍ତାନରେ ଆଣବିକ ଯୁଦ୍ଧ ହେବାର ଆଶଙ୍କା ଥିଲା: ଆମେରିକା…

ଓ୍ବାଶିଂଟନ,୨୫।୧ : ଆମେରିକାରର ପୂର୍ବତନ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଦାବି କରିଛନ୍ତି ଯେ ପୁଲଓ୍ବାମା ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଣବିକ ଯୁଦ୍ଧ ହେବାର ଆଶଙ୍କା ଥିଲା। ତତ୍କାଳୀନ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ତାଙ୍କୁ କହିଥିଲେ ଯେ ଫେବୃଆରୀ ୨୦୧୯ରେ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ପରେ ପାକିସ୍ତାନ ଆଣବିକ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ପୋମ୍ପିଓଙ୍କ ଅନୁଯାୟୀ ସୁଷମା ସ୍ବରାଜ କହିଥିଲେ ଯେ ଏହାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ଆକ୍ରମଣାତ୍ମକ ପ୍ରତିକ୍ରିୟା ପାଇଁ ପ୍ରସ୍ତୁତ ହେଉଛି।

ଉନ୍ମୋଚିତ ହୋଇଥିବା ତାଙ୍କ ନୂତନ ପୁସ୍ତକ ‘ ନେଭର ଗିଭ୍‌ ଆନ୍‌ ଇଞ୍ଚ୍‌: କେବେ ବି ଏକ ଇଞ୍ଚ: ଫାଇଟିଙ୍ଗ ଫର୍‌ ଦ ଆମେରିକା ଆଇ ଲଭ୍‌’ ରେ ପୋମ୍ପିଓ କହିଛନ୍ତି ଯେ ସେ ୨୭-୨୮ ଫେବୃଆରୀରେ ଆମେରିକା-ଉତ୍ତର କୋରିଆ ଶିଖର ସମ୍ମିଳନୀ ପାଇଁ ହନୋଇ ଗସ୍ତରେ ଥିବାବେଳେ ଏହି ଘଟଣା ଘଟିଥିଲା। ଏହା ପରେ ତାଙ୍କ ଦଳ ଏହି ସଙ୍କଟ ଦୂର କରିବା ପାଇଁ ଭାରତ ଏବଂ ପାକିସ୍ଥାନ ସହିତ ରାତିସାରା କାମ କରିଥିଲେ। ତେବେ ଫେବୃଆରୀ ୨୦୧୯ ରେ ପରମାଣୁ ଆକ୍ରମଣ ପାଇଁ ଭାରତ ଏବଂ ପାକିସ୍ତାନ କେତେ ନିକଟତର ହୋଇଥିଲେ ତାହା ମୁଁ ଜାଣେ ନାହିଁ।

ଏହି ପୁସ୍ତକରେ ଲେଖିଛନ୍ତି ଯେ ଭାରତ ଆଣବିକ ଅସ୍ତ୍ର ନିୟୋଜନ କରିବାକୁ ପ୍ରସ୍ତୁତ ଥିଲା। ଆମକୁ କିଛି ଘଣ୍ଟା ଲାଗିଲା ଏବଂ ଦଳ ନୂଆଦିଲ୍ଲୀ ଓ ଇସଲାମାବାଦ ମଧ୍ୟରେ ସମନ୍ବୟ ପାଇଁ ବହୁତ ଭଲ କାମ କଲେ। ଉଭୟ ପକ୍ଷଙ୍କକ ବୁଝାଇ ଦିଆଗଲା ଯେ ସେମାନେ ଆଣବିକ ଯୁଦ୍ଧ ପାଇଁ ପ୍ରସ୍ତୁତ କରିବେ ନାହିଁ। ତେବେ ପମ୍ପିଓଙ୍କ ଦାବି ଉପରେ ବର୍ତ୍ତମାନ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୌଣସି ମନ୍ତବ୍ୟ ଦିଆ ଯାଇ ନାହିଁ।

ସୂଚନାଯୋଗ୍ୟ, ପୁଲୱାମା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ସେନା ଫେବୃଆରୀ ୨୦୧୯ ରେ ପାକିସ୍ତାନର ବାଲାକୋଟରେ ଥିବା ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ତାଲିମ ଶିବିର ଉପରେ ଆକ୍ରମଣ କରି ଧ୍ୱଂସ କରିଦେଇଥିଲେ।

Share