Categories: ଜାତୀୟ

ଭାରତ-ପାକିସ୍ତାନ ଭାଗବଣ୍ଟାରେ ଅଲଗା ହୋଇଥିଲେ ଭାଇ-ଭଉଣୀ, ୭୬ବର୍ଷ ପରେ କଲେ ସାକ୍ଷାତ

ଲାହୋର,୨୪।୧୦: ୧୯୪୭ ଅଗଷ୍ଟ ମାସରେ ଭାରତ ଠାରୁ ଅଲଗା ହେଲା ପାକିସ୍ତାନ। ସେହି ସମୟରେ ଦେଶରେ ବଡ ହିଂସା ଦେଖାଯାଇଥିଲା। ଏହି ହିଂସାରେ ବହୁ ଲୋକ ନିଜ ଘର ହରାଇବା ସହ ବହୁଜଣଙ୍କ ହତ୍ୟା କରାଯାଇଥିଲା। ବହୁ ପରିବାରଙ୍କୁ ଦେଶ ଛାଡି ପଳାୟନ କରିବାକୁ ପଡିଥିଲା। ତେବେ ସେହି ସମୟରେ ଅଲଗା ହୋଇଥିବା ଦୁଇ ଭାଇ-ଭଉଣୀ ୭୬ବର୍ଷ ପରେ ପୁଣି ଥରେ ସାକ୍ଷାତ କରିଛନ୍ତି। ସେମାନେ ହେଲେ ପାକିସ୍ତାନର ମହମ୍ମଦ ଇସମାଇଲ ଓ ତାଙ୍କ ସମ୍ପର୍କୀୟ ଭଉଣୀ ଭାରତୀୟ ସୁରିନ୍ଦର କୌର। ସୋସିଆଲ ମିଡିଆ ଯୋଗୁ ପରସ୍ପର ଭେଟି ପାରଛନ୍ତି ବୋଲି କହିଛନ୍ତି। ଦୁଇ ଭାଇ ଭଉଣୀ ପାକିସ୍ତାନର କରତାରପୁର ଗୁରୁଦ୍ୱାରରେ ସାକ୍ଷାତ କରିଛନ୍ତି। ପ୍ରାୟ ୭୬ବର୍ଷ ପୂର୍ବେ ଜଲନ୍ଧରର ଶାହକୋଟରେ ଦୁଇ ଭାଇଭଊଣୀ ରହୁଥିଲେ, କିନ୍ତୁ ଦଙ୍ଗାବେଳେ ଅଲଗା ହୋଇଯାଇଥିଲେ।

ସୋସିଆଲ ମିଡିଆରେ ପରସ୍ପରଙ୍କୁ ଜାଣିବା ପରେ ମହମ୍ମଦ ଭଉଣୀ ସୁରିନ୍ଦରଙ୍କ ଫୋନ ନମ୍ବର ପାଇଥିଲେ। ଫୋନରେ କଥା ହେବା ମାତ୍ରେ ଦୁହେଁ ସାକ୍ଷାତ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।
ଏହାପରେ ପାକିସ୍ତାନ ପଞ୍ଜାବ ପ୍ରଦେଶର କରତାପୁରର ଗୁରୁଦ୍ୱାରରେ ପରସ୍ପର ପରିବାର ଏକାଠି ହୋଇଥିଲେ। ଦୁଇ ଭାଇଭଉଣୀଙ୍କ ବୟସ ୮୦ବର୍ଷ ବୟସ ବୋଲି ଜଣାପଡିଛି।

Share