Categories: ଜାତୀୟ

ଦେଶରେ ଘୃଣାକୁ ପ୍ରୋତ୍ସାହିତ କରିବାରେ ମେଟା ଦୋଷୀ, ଜୁକରବର୍ଗଙ୍କୁ ପତ୍ର ଲେଖିଲା ‘ଇଣ୍ଡିଆ’ ମେଣ୍ଟ

ନୂଆଦିଲ୍ଲୀ,୧୨।୧୦: ବିରୋଧୀ ଦଳର ମେଣ୍ଟ ‘ଇଣ୍ଡିଆ’ ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କୁ ଗୁରୁବାର ଏକ ଚିଠି ଲେଖିଛି। ଏହି ଚିଠିକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ଗଣମାଧ୍ୟମର ରିପୋର୍ଟକୁ ଦର୍ଶାଇ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଇଛି। ଏଥିରେ କୁହାଯାଇଛି ଯେ, ସାମାଜିକ ଅସଙ୍ଗତିକୁ ପ୍ରୋତ୍ସାହିତ କରିବା ଏବଂ ଭାରତରେ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରିବାରେ ମେଟା ଦୋଷୀ।

Share