Categories: ଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ହାରିବା ପରେ ଟିମ ଇଣ୍ଡିଆକୁ ଝଟକା, ଆଇସିସି ଲଗାଇଲା ଜରିମାନା

ନୂଆଦିଲ୍ଲୀ,୨୯।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ପରାଜୟର ସାମ୍ନା କରିଛି। ଏହି ପରାଜୟ ପରେ ଟିମ ଇଣ୍ଡିଆକୁ ଆଉ ଏକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଆଇସିସି ଭାରତୀୟ ଦଳ ଉପରେ ଜରିମାନା ଲଗାଇଛି। ଟିମ ଇଣ୍ଡିଆକୁ ମ୍ୟାଚ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ପରାଜୟ ପରେ ଭାରତୀୟ ଦଳ ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଦୁଇଟି ପଏଣ୍ଟ ହରାଇଛି।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ସେଞ୍ଚୁରିଅନରେ ଖେଳାଯାଇଥିଲା। ଏହି ମ୍ୟାଚରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଦୁଇଟି ଓଭର କମ ବୋଲିଂ କରିଥିଲା। ଏହି କାରଣରୁ ଟିମ ଇଣ୍ଡିଆର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରୁ ୨ ପଏଣ୍ଟ କଟାଯାଇଛି। ଏହା ସହିତ ଆଇସିସି ମ୍ୟାଚ ଫି’ର ୧୦ ପ୍ରତିଶତ ଜରିମାନା ମଧ୍ୟ ଲଗାଇଛି।

ଆଇସିସି ନିୟମ ଅନୁଯାୟୀ, ଯଦି ଦଳ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଓଭର ବୋଲିଂ କରିବାକୁ ସକ୍ଷମ ନୁହଁନ୍ତି, ତେବେ ଏହା ଏକ ସ୍ଲୋ ଓଭର ଅପରାଧ ବୋଲି ଧରାଯାଏ। ଏଭଳି ପରିସ୍ଥିତିରେ ଖେଳାଳିଙ୍କୁ ପ୍ରତ୍ୟେକ ଓଭର ପାଇଁ ମ୍ୟାଚ ଫି’ ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ ଇଣ୍ଡିଆ ୨ ଓଭର କମ ବୋଲିଂ କରିଥିଲା।

Share