କୃଷ୍ଣ ସାଗରରେ ଶସ୍ୟ ରପ୍ତାନୀ ଜାରି ରଖିବାକୁ ଜାତିସଂଘର ଉଦ୍ୟମ, ଭାରତ କଲା ସମର୍ଥନ

ଜାତିସଂଘ,୪।୮: ଋଷିଆ କୃଷ୍ଣ ସାଗର ଶସ୍ୟ ଚୁକ୍ତିରୁ ଓହରିବା ପରେ ଭାରତ ସରକାର ଏକ ଘୋଷଣାନାମା ଜାରି କରି ଭାରତରୁ ଅଣ-ବାସୁମତୀ ଧଳା ଚାଉଳ ରପ୍ତାନୀରେ ନିଷେଧାଦେଶ ଜାରି କରିଛନ୍ତି। ଯାହାକୁ ନେଇ ଆର୍ନ୍ତଜାତୀୟ ସ୍ତରରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଏହି ସମସ୍ୟାକୁ ସମାଧାନ ପାଇଁ ଜାତିସଂଘ ଚେଷ୍ଟା କରୁଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ଜାତିସଂଘର ମହାସଚିବଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ଭାରତ ତାଙ୍କୁ ସମର୍ଥନ କରୁଛି ବୋଲି କହିଛନ୍ତି।

ଜାତିସଂଘକୁ ସମାଧାନ କରି କାମ୍ବୋଜା କହିଛନ୍ତି, ବର୍ତ୍ତମାନ ଚାଲିଥିବା ସମସ୍ୟାକୁ ଶୀଘ୍ର ସମାଧାନ ପାଇଁ ଭାରତ ମଧ୍ୟ ଆଶାପୋଷଣ କରିଛି। ଜାତିସଂଘ ସଭାପତି ଓ ଆମେରିକା ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଧ୍ୟାନ ଆକର୍ଷଣ କରିଥିବାରୁ ସେ ଆମେରିକାକୁ ପ୍ରଶଂସା କରିଛନ୍ତି।

Share