Categories: ଜାତୀୟ

ମେଟ୍ରୋରେ ଯାତ୍ରା କଲେ ମୋଦି

ନୂଆଦିଲ୍ଲୀ,୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିଲ୍ଲୀ ୟୁନିଭର୍ସିଟି ଯିବା ଲାଗି ମେଟ୍ରୋର ବ୍ୟବହାର କରିଛନ୍ତି। ସଡ଼କ ପଥରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଯିବାର କାର୍ଯ୍ୟକ୍ରମ ଥିଲା ହେଲେ ଶେଷ ମୁହୂର୍ତ୍ତରେ ଏହା ପରିବର୍ତ୍ତନ ହୋଇଯାଇଥିଲା।

ମେଟ୍ରୋରେ ଯାତ୍ରା କରିବା ସମୟରେ ପ୍ରଧାନମନ୍ତ୍ରୀ ସାଧାରଣ ନାଗରିକଙ୍କ ପରି ଯାତ୍ରା କରିଥିଲେ ଓ ନିକଟରେ ଥିବା ଯୁବକ ଯୁବତୀ ବା ଯାତ୍ରୀଙ୍କ ସହ କଥା ହୋଇଥିଲେ। ମେଟ୍ରୋରେ ଯାତ୍ରା କରିବା ପାଇଁ ସେ ପ୍ରଥମେ ଓ୍ବନ କାର୍ଡ ମାଧ୍ୟମରେ ଏଣ୍ଟ୍ରି କରିଥିଲେ ଓ ସିଟରେ ବସି ଯାତ୍ରା କରିଥିଲେ। ଦିଲ୍ଲୀ ୟୁନିଭର୍ସିଟିର ଶତାବ୍ଦୀ ସମାରୋହରେ ସାମିଲ ହେବାକୁ ମୋଦି ମେଟ୍ରୋରେ ଯାତ୍ରା କରିଛନ୍ତି।
ସୂଚନାଯୋଗ୍ୟ, ଦିଲ୍ଲୀ ୟୁନିଭର୍ସିଟିକୁ ୧୦୦ ବର୍ଷ ପୂରଣ ହୋଇଛି। ଏହି ଅମସରରେ ଶତାବ୍ଦୀ ସମାରୋହ ଆୟୋଜନ କରାଯାଇଛି। ବ୍ରିଟିଶ ଶାସନ ସମୟରେ ୧ ମେ ୧୯୨୨ରେ ଡିୟୁର ସ୍ଥାପନା ହୋଇଥିଲା। ପ୍ରଧାନମନ୍ତ୍ରୀ ନିଜେ ଦିଲ୍ଲୀ ୟୁନିଭର୍ସିଟିରୁ ବିଏ କରିଛନ୍ତି। ୧୯୭୮ରେ ପ୍ରଧାନମନ୍ତ୍ରୀ ଡିୟୁରୁ ବିଏ କରିଥିଲେ। ୬ ଫେବୃୟାରୀ ୨୦୧୩ରେ ମୋଦି ଏସଆରଏସିସି କଲେଜରେ ଭାଷଣ ଦେଇଥିଲେ।

Share