Posted inଜାତୀୟ

ଅରୁଣାଚଳରେ ୧୦ ଭାଜପା ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ

ଇଟାନଗର, ୩୧।୩: ଅରୁଣାଚଳ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ସଫଳତା ମିଳିଛି। ୬୦ ବିଧାନସଭା ଆସନ ବିଶିଷ୍ଟ ଅରୁଣାଚଳ ପ୍ରଦେଶର ୧୦ ଆସନରେ ଭାଜପା ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଓ ଉପ ମୁଖ୍ୟମନ୍ତ୍ରୀ ଚୌନା ମୀନ୍‌ ମଧ୍ୟ ନିଜ ନିଜ ଆସନରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏହି ୧୦ ଆସନରେ ଅନ୍ୟ କୌଣସି ଦଳର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ନ କରିବାରୁ ଭାଜପା ବାଜିମାତ କରିଛି। ଏହାସହ ଅରୁଣାଚଳ ପ୍ରଦେଶରେ ଭାଜପା ବିଜୟ ଆଡ଼କୁ ଅଗ୍ରସର ହେଉଥିବା ଚର୍ଚ୍ଚା ଜୋର୍‌ ଧରିଛି। ସୂଚନାଯୋଗ୍ୟ, ଅରୁଣାଚଳ ପ୍ରଦେଶରେ ଉଭୟ ବିଧାନସଭା ଓ ଲୋକ ସଭା ନିର୍ବାଚନ ଆସନ୍ତା ଏପ୍ରିଲ ୧୯ରେ ଅନୁଷ୍ଠିତ ହେବ। ଜୁନ୍‌ ୨ରେ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ମତ ଗଣନା ହେବ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ପୋଷ୍ଟରରେ ଭାରତ ମ୍ୟାପ୍‌ର ଅଧା, ଭାଜପା କହିଲା ଏହା ନୂଆ ମୁସ୍‌ଲିମ୍‌…

ନୂଆଦିଲ୍ଲୀ,୨୬ା୧୨: କଂଗ୍ରେସର ବେଲଗାଭି ଅଧିବେଶନରେ ପୋଷ୍ଟରରେ ପ୍ରଦର୍ଶିତ ହୋଇଥିବା ଭାରତର ମାନଚିତ୍ରକୁ ନେଇ ସାରା ଦେଶରେ ରାଜନୀତି ଉଷ୍ଣ ହୋଇଛି। ପୋଷ୍ଟରରେ କଶ୍ମୀରକୁ ପାକିସ୍ତାନର ଏକ...

Online Fuel Order: ଅଧାରାସ୍ତାରେ ଗାଡିରୁ ତେଲ ସରିଗଲେ ନୋ ଟେନଶନ, ଯେକୌଣସି ସ୍ଥାନରୁ ବି ଅର୍ଡର କରିପାରିବେ ପେଟ୍ରୋଲ

ଯାତ୍ରା ସମୟରେ ଅଧା ରାସ୍ତାରେ ଗାଡରୁ ତେଲ ସରିଗଲେ ଟେନଶନ ବଢିଯାଏ।ବେଶୀ ଅସୁବିଧା ହୁଏ ଯେତେବେଳେ ପାଖରେ କୌଣସି ପେଟ୍ରୋଲ ପମ୍ପ ନ ଥାଏ। ବାଇକ୍‌...

Uber-Rapido: ନିଜ ବାଇକ୍‌ ଲଗାଇ ମାସକୁ ୩୦ହଜାର ରୋଜଗାର କରନ୍ତୁ, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

କିଛି ଚାକିରି ଖୋଜୁଛନ୍ତି କି? କ’ଣ ଆପଣଙ୍କ ପାଖରେ ବାଇକ୍‌ ଅଛି? ତେବେ ନୋ ଟେନଶନ। ବର୍ତ୍ତମାନ ଆପଣ ଏଇ ବାଇକ୍‌ ଦ୍ୱାରା କରିପାରିବେ ମାସକୁ...

ଅଲ୍ଲୁ ଅର୍ଜୁନଙ୍କ ରାଜନୈତିକ ଲିଙ୍କ୍‌ ବଢାଉଛି କି ଟେନଶନ, ଜାଣନ୍ତୁ ତାଙ୍କ ପରିବାରରେ କିଏ କିଏ

ନୂଆଦିଲ୍ଲୀ,୨୬।୧୨: ଅଲ୍ଲୁ ଅର୍ଜୁନଙ୍କ ଗିରଫ, ପରେ ଜାମିନକୁ ନେଇ ପୁରା ଇଣ୍ଡଷ୍ଟ୍ରି ସମେତ ତେଲଙ୍ଗାନା ରାଜନୀତି ବି ସରଗରମ ରହିଛି। ଏହି ସମୟରେ ପୋଲିସ ମଧ୍ୟ...

ମୋହନ ଭାଗବତଙ୍କୁ ଟାର୍ଗେଟ କଲେ ଶଙ୍କରାଚାର୍ଯ୍ୟ, କହିଲେ କ୍ଷମତାରେ ଅଛ ବୋଲି…

ନୂଆଦିଲ୍ଲୀ,୨୬।୧୨: ବାଂଲାଦେଶର ପରିସ୍ଥିତି ଆଉ କାହା କେଉଁଠି ଅଛପା ନାହିଁ। ଏଠାରେ ଅଳ୍ପସଂଖ୍ୟକ ସମୁଦାୟଙ୍କୁ ଟାର୍ଗେଟ କରାଯାଉଛି। ଏହି ସମୟରେ, ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକେତେଶ୍ୱରନନ୍ଦ ସରସ୍ବତୀ...

ଝାଡଖଣ୍ଡ ନା ଦିଲ୍ଲୀ…ରଘୁବରଙ୍କୁ ବଡ଼ ଦାୟିତ୍ୱ!

ନୂଆଦିଲ୍ଲୀ,୨୫।୧୨: ଓଡିଶାରେ ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ରଘୁବର ଦାସଙ୍କୁ ନେଇ ଦିଲ୍ଲୀରୁ ରାଞ୍ଚି ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି। ଏନେଇ ଅନେକ ରାଜନୈତିକ...

ପୁସ୍ତକ ପ୍ରେମୀଙ୍କୁ ବଡ଼ ଝଟ୍‌କା, ଇଣ୍ଡିଆ ପୋଷ୍ଟ ବନ୍ଦ କଲା ‘ବୁକ୍‌ ପୋଷ୍ଟ’ ସେବା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ପୋଷ୍ଟ ୧୮ ଡିସେମ୍ବର ୨୦୨୪ରେ ନିଜର ‘ବୁକ୍‌ ପୋଷ୍ଟ’ ସେବାକୁ ବନ୍ଦ କରି ପୁସ୍ତକ ପ୍ରେମୀଙ୍କ ସହ ପୁସ୍ତକ ବ୍ୟବସାୟୀଙ୍କୁ ବଡ଼ ଝଟ୍‌କା...

ନବୀନ ପଟ୍ଟନାୟକ ଭାରତ ରତ୍ନ ପାଇବା ଉଚିତ୍, ଦାବି କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ, ୨୫।୧୨: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ସେହିପରି ବିହାର ମୁଖ୍ୟମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri