Posted inଜାତୀୟ

ଚାଇନାକୁ କଡ଼ା ଜବାବ ଦେବାକୁ ଭାରତର ପ୍ରସ୍ତୁତି, ଲଦାଖରେ ହୋଇପାରେ ଜି-୨୦ ସମ୍ମିଳନୀ…

ନୂଆଦିଲ୍ଲୀ, ୭।୭ : ଆସନ୍ତା ବର୍ଷ ଲଦାଖରେ ବିଶ୍ୱର ପ୍ରମୁଖ ଅର୍ଥନୀତିର ଏକ ପ୍ରଭାବଶାଳୀ ଗୋଷ୍ଠୀ ଜି -୨୦ ର ସମ୍ମିଳନୀ ଅନୁଷ୍ଠିତ ହୋଇପାରେ। କେନ୍ଦ୍ର ସରକାର ମଧ୍ୟ ଏହାକୁ ଲଦାଖରେ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା ଭାରତ ଚାଇନାକୁ ଏକ କଡ଼ା ଜବାବ ଦେଇ ପାରିବ ବୋଲି କୁହାଯାଉଛି।

ଏହାପୂର୍ବରୁ ଭାରତ କହିଥିଲା ଯେ ଜି -୨୦ ଶିଖର ସମ୍ମିଳନୀ ଜମ୍ମୁ-କଶ୍ମୀରରେ ଅନୁଷ୍ଠିତ ହୋଇପାରେ। ଏଥିପାଇଁ ସରକାର ୫ ଜଣିଆ କମିଟି ଗଠନ କରିଥିଲେ। ଭାରତର ଏହି ପ୍ରସ୍ତାବକୁ ଚାଇନା ଏବଂ ପାକିସ୍ତାନ ଦୃଢ଼ ଭାବେ ବିରୋଧ କରିଛନ୍ତି। ଜମ୍ମୁ-କଶ୍ମୀରରୁ ଲଦାଖରେ ବିଭକ୍ତ ହେବା ପରେ ପ୍ରଥମ ଥର ପାଇଁ ଏଠାରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରିବାକୁ ଆଲୋଚନା ହେଉଛି।

ଭାରତ ଏବଂ ଚାଇନା ସୈନିକମାନେ ମେ ୨୦୨୦ ଠାରୁ ପୂର୍ବ ଲଦାଖରେ ଏକ ସୀମା ବିବାଦରେ ଜଡିତ ଅଛନ୍ତି। ଏଭଳି ପରିସ୍ଥିତିରେ ଏଠାରେ ଜି -୨୦ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଭାରତ ସରକାରଙ୍କ ପ୍ରସ୍ତାବ ଚାଇନା ପାଇଁ ଏକ କଡ଼ା ଜବାବ ବୋଲି କୁହାଯାଇପାରେ।

ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଡିସେମ୍ବର ୨୦୨୨ ରୁ ଭାରତ ଜି -୨୦ର ଅଧ୍ୟକ୍ଷତା କରିବ ଏବଂ ୨୦୨୩ରେ ପ୍ରଥମ ଥର ପାଇଁ ଜି -୨୦ ନେତାଙ୍କ ଶିଖର ସମ୍ମିଳନୀ ଆୟୋଜନ କରିବ। ୭ ଏବଂ ୮ ଜୁଲାଇରେ ଜି -୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ପାଇଁ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଇଣ୍ଡୋନେସିଆର ବାଲିରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ, ଲଦାଖର ଉପରାଜ୍ୟପାଳ ଆର.କେ ମାଥୁର ବହିର୍ବ୍ୟାପାର ମନ୍ତ୍ରଣାଳୟ ସହିତ ସମନ୍ବୟ ରକ୍ଷା କରିବାକୁ ଦୁଇଜଣ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି। ଏମାନେ ହେଉଛନ୍ତି ଡିଭିଜନାଲ କମିଶନର ସୌଗତ ବିଶ୍ୱାସ ଏବଂ ଲେହ-କାର୍ଗିଲ ରେଞ୍ଜ ଡିଜି ଜୁନାଦ ମହମୁଦ। ସେମାନଙ୍କୁ ନୋଡାଲ ଅଫିସର ଭାବେ ଅନୁମୋଦନ କରାଯାଇଛି। ୨୦୨୩ରେ ଜମ୍ମୁ-କଶ୍ମୀରରେ ଜି -୨୦ ବୈଠକ ଆୟୋଜନ କରିବାକୁ ଭାରତର ପ୍ରସ୍ତାବ ଉପରେ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହତଥିଲା ଯେ ଆଇନ ତଥା ନ୍ୟାୟର ଆବଶ୍ୟକତା ବିଷୟରେ ଏହି ଦଳର ସଦସ୍ୟମାନେ ସମ୍ପୂର୍ଣ୍ଣ ଭାବରେ ଅବଗତ ହେବେ ଏବଂ ଏହି ପ୍ରସ୍ତାବକୁ ସମ୍ପୂର୍ଣ୍ଣ ବିରୋଧ କରିବ। ସେହିପରି ଚାଇନ କହିଥିଲା ଯେ ସମ୍ପୃକ୍ତ ଦଳମାନେ ଏହି ପ୍ରସଙ୍ଗକୁ ରାଜନୈତିକ ରଙ୍ଗ ଦେବା ଠାରୁ ଦୂରେଇ ରହିବା ଉଚିତ।

ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ କହିଥିଲେ ଯେ କଶ୍ମୀର ଉପରେ ଚାଇନାର ଆଭିମୁଖ୍ୟ ସ୍ଥିର ଏବଂ ଅତ୍ୟନ୍ତ ସ୍ପଷ୍ଟ। ଏହି ପ୍ରସଙ୍ଗରେ ବିବାଦ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଛି। ମିଳିତ ଜାତିସଂଘର ଚାଟର୍ର୍‌, ସୁରକ୍ଷା ପରିଷଦର ନିଷ୍ପତ୍ତି ଏବଂ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ଏହାର ଏକ ଉପଯୁକ୍ତ ସମାଧାନ ମିଳିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସୂଚନାଯୋଗ୍ୟ, ବିଶ୍ୱର ପ୍ରମୁଖ ଅର୍ଥନୀତିକୁ ଏକ ପ୍ଲାଟଫର୍ମରେ ଜି-୨୦ ଏକାଠି କରିଥାଏ। ଏହାର ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଆମେରିକା, ବ୍ରିଟେନ, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚାଇନା, ଜର୍ମାନୀ, ଫ୍ରାନ୍ସ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ମେକ୍ସିକୋ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁରୋପୀୟ ୟୁନିଅନ, ଦକ୍ଷିଣ କୋରିଆ ଏବଂ ତୁର୍କୀ ଆଦି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଛ ପ୍ରଚାର କରିବାରେ ଅମିତ ଶାହା ସବୁଠୁ ଆଗରେ: ଖାର୍ଗେ

ନୂଆଦିଲ୍ଲୀ, ୨୧।୯: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଜମ୍ମୁରେ ପହଞ୍ଚିଛନ୍ତି। ସେ ଜମ୍ମୁ କଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରାର୍ଥୀ ତାରା ଚାନ୍ଦଙ୍କ ପାଇଁ...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୟ କରୁଛି ପାକିସ୍ତାନ: କାହିଁକି ଏମିତି କହିଲେ ଅମିତ ଶାହା

ଶ୍ରୀନଗର,୨୧।୯: ଜମ୍ମୁ କଶ୍ମୀରର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ମେହେନ୍ଦରରେ ପହଞ୍ଚିଛନ୍ତି।...

ଅମର ପ୍ରୀତ୍ ସିଂହ ହେବେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୧ା୯: ଅମର ପ୍ରୀତ୍‌ ସିଂହ ହେବେ ନୂଆ ବାୟୁସେନା ମୁଖ୍ୟ। ଏୟାର ମାର୍ଶଲ ଅମର ପ୍ରୀତ୍ ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ସରକାର...

ମୁଖ୍ୟମନ୍ତ୍ରୀ ଅସୁସ୍ଥ

ଶିମଲା,୨୧।୯: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଅସୁସ୍ଥ ହୋଇପଡିଛନ୍ତି। ସେ ଶିମଲା ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଚନ୍ତି।...

ଏହି ରାଜ୍ୟରେ ପ୍ରବେଶ କଲେ ୯୦୦ ଆତଙ୍କବାଦୀ! ସୁରକ୍ଷାକୁ ନେଇ ବଢିଲା ଚିନ୍ତା

ଇମ୍ଫାଲ,୨୧।୯: ମ୍ୟାନମାରରୁ ପ୍ରାୟ ୯୦୦ ଆତଙ୍କବାଦୀ ମଣିପୁରରେ ପ୍ରବେଶ କରିଥିଲେ। ଏହା ଦେଶର ସୁରକ୍ଷା ଭଙ୍ଗ କରିବାକୁ ପ୍ରସ୍ତୁତି ବୋଲଇ କୁହାଯାଉଛି। ଗୁପ୍ତଚର ରିପୋର୍ଟ ଆଧାରରେ...

ଦକ୍ଷିଣରୁ ଗୋରଖନାଥ ମନ୍ଦିର ଆସିଲେ ଭବାନୀ-ଭୋଲୁ

ଲକ୍ଷ୍ନୌ,୨୧।୯: ଆନ୍ଧ୍ରପ୍ରଦେଶର ୟେଲେଶ୍ୱରମରେ ଥିବା ଗୋଶାଳାରୁ ଗୋରଖନାଥ ମନ୍ଦିରକୁ ନାଦିପଥି କ୍ଷୁଦ୍ର ପ୍ରଜାତିର (ଗୋଟିଏ ଗାଈ ଏବଂ ଗୋଟିଏ ବାଛୁରୀ) ଶନିବାର ଅଣାଯାଇଛି। ଏମାନେ ଆସିବା...

ମନ୍ଦିର ଟ୍ରଷ୍ଟ ଦେଲା ବଡ଼ ସୂଚନା, କହିଲା ଲଡୁରେ ପବିତ୍ରତା ରହିଛି

ହାଇଦ୍ରାବାଦ,୨୧ା୯: ତିରୁପତି ବାଲାଜୀଙ୍କ ପ୍ରସାଦ ଲଡୁ  ପୁଣି ଉପଲବ୍ଧ। ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ମନ୍ଦିର ଟ୍ରଷ୍ଟ କହିଛି ପ୍ରସାଦ ଲଡୁରେ ପବିତ୍ରତା...

‘ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେଉ ହିନ୍ଦୁ ମନ୍ଦିର’

ହାଇଦ୍ରାବାଦ,୨୧ା୯: ତିରୁପତି ମନ୍ଦିରର ପ୍ରସାଦ ଲଡୁରେ ପଶୁ ଚର୍ବି ମିଶ୍ରଣ ପ୍ରସଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜନୈତିକ ଦଳ ଏହି ପ୍ରସଙ୍ଗରେ କ୍ରୋଧ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri