Categories: ଖେଳ

ଫାଇନାଲରେ ସ୍ଥାନ ପକ୍କା କଲା ଭାରତ

କଲମ୍ବୋ,୧୩।୯: ଏସିଆ କପ ୨୦୨୩ରେ ନିଜର ବିଜୟ ଧାରା ଜାରି କରି ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷ ସୁପର ଫୋର୍‌ରେ ୪୧ ରନ୍‌ରେ ଜିତି ଫାଇନାଲରେ ସ୍ଥାନ ପକ୍କା କରିଛି। ଏହି ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୨୧୩ ରନ୍‌ର ଟାର୍ଗେଟ୍‌ ଦେଇଥିଲା। ଟାର୍ଗେଟ୍‌ ଲକ୍ଷ୍ୟରେ ଶ୍ରୀଲଙ୍କା ୪୧.୩ ଓଭରରେ ୧୭୨ ରନ୍‌ରେ ସୀମିତ ରହିଥିଲା। ଭାରତୀୟ ଦଳ ପକ୍ଷରୁ ପୁଣି ଥରେ ବୋଲିଂରେ କୁଲଦୀପ ଯାଦବଙ୍କ ଯାଦୁ ଦେଖିବାକୁ ମିଳିଛି, ଯିଏକି ୪ ଉଇକେଟ୍‌ ନେବାରେ ସଫଳ ହୋଇଛନ୍ତି। ରବିନ୍ଦ୍ର ଜାଡେଜା ଏବଂ ଯସପ୍ରୀତ ବୁମ୍‌ରା ମଧ୍ୟ ୨-୨ ଉଇକେଟ୍‌ ନେଇଛନ୍ତି। ଏହି ମ୍ୟାଚର ପରାଜୟ ସହିତ ଶ୍ରୀଲଙ୍କାର କ୍ରମାଗତ ୧୩ଟି ମ୍ୟାଚରେ ବିଜୟ ଧାରା ମଧ୍ୟ ଭାଙ୍ଗି ଯାଇଛି।

Share