କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ଅନୁମାନ ଲଗାଉଥିବା ଡବ୍ଲୁଏଚଓର କାର୍ଯ୍ୟପ୍ରଣାଳୀ ପ୍ରତି ପ୍ରଶ୍ନ ଉଠାଇଲା ଭାରତ

ନୂଆଦିଲ୍ଲୀ,୧୭ ।୪: ଦେଶରେ କୋଭିଡ-୧୯ ମୃତ୍ୟୁ ଆକଳନକୁ ନେଇ ଅନୁମାନ ଲଗାଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁ,ଚଓ)ର କାର୍ଯ୍ୟପ୍ରଣାଳୀ ଉପରେ ଭାରତ ପ୍ରଶ୍ନ ଉଠାଇଛି । ଶନିବାର ଭାରତ କହିଛି ଏଭଳି ଗାଣିତିକ ମଡେଲର ବ୍ୟବହାର ଏତେବଡ ଭୌଗୋଳିକ ଆକାର ଓ ଜନସଂଖ୍ୟା ବହୁଳ ଦେଶରେ ମୁତ୍ୟୁ ସଂଖ୍ୟାର ଅନୁମାନ ଲଗାଇବାରେ ବ୍ୟବହାର କରିବା ଠିକ ନୁହେଁ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୧୬ ଏପ୍ରିଲରେ ପ୍ରକାଶିତ ନ୍ୟୁୟର୍କ ଟାଇମ୍ସର ଏକ ଲେଖାର ଶୀର୍ଷକ ଥିଲା ‘ଭାରତ ବିଶ୍ୱସ୍ତରରେ କରୋନା ଯୋଗୁ ହୋଇଥିବା ମୃତ୍ୟୁକୁ ସାର୍ବଜନିକ କରିବାକୁ ଡବ୍ଲୁଏଚଓର ପ୍ରୟାସକୁ ବାଧା ଦେଉଛି । ଭାରତ କହିଛି ଡବ୍ଲୁଏଚଓ ଦ୍ୱାରା ବ୍ୟବହୃତ ପଦ୍ଧତି ସମ୍ବନ୍ଧରେ ବିଭିନ୍ନ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ସହିତ ନିଜର ଚିନ୍ତାଧାରା ବାଣ୍ଟିଛି ।

Share