Categories: ଜାତୀୟ

ଏଲଏସିରେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କଲା ଭାରତ…

ଲେହ,୯।୧ : ଚାଇନା ଆପତ୍ତି ସତ୍ତ୍ୱେ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି)ରେ ଭାରତ ରଣନୈତିକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ଆଗକୁ ବଢ଼ାଇଛି। ୱାଶିଂଟନ ସ୍ଥିତ ଦ ଡିପ୍ଲୋମାଟ ପତ୍ରିକାରେ ଏନେଇ ସୂଚନା ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ, ଏଲଏସିରେ କଡ଼ରେ ରାସ୍ତା ନିର୍ମାଣ ସହିତ ରେଳ ଲାଇନ ବିଛା କାମ କରାଯାଇଛି। ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଯେ ସୀମା ଭିତ୍ତିଭୂମି ନିର୍ମାଣ ଯୋଜନାରେ ଚାଇନା ଆପତ୍ତି ଯୋଗୁଁ ଭାରତ ଭୟଭୀତ ହେବାକୁ ମନା କରି ଦେଇଛି। ଭାରତ ଏଠାରେ ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବ।

Share