ଦୁନିଆର ୧୦୦ଶ୍ରେଷ୍ଠ ବ୍ୟଞ୍ଜନ ତାଲିକାରେ ୧୧ତମ ସ୍ଥାନରେ ଭାରତ, ବେଶୀ ପସନ୍ଦ ବଟର ଗାରଲିକ ନାନ୍‌

ନୂଆଦିଲ୍ଲୀ,୧୪।୧୨: କ୍ରୋଆଟିଆ ଆଧାରିତ ଖାଦ୍ୟ ରେଟିଂ ଏଜେନ୍ସି ଟେଷ୍ଟଆଟଲାସ, ୨୦୨୩-୨୪ର ଦୁନିଆର ଶ୍ରେଷ୍ଠ ବ୍ୟଞ୍ଜନ ତାଲିକା ଜାରି କରିଛି। ଏଥିରେ ଭାରତ ୧୧ତମ ତାଲିକାରେ ରହିଛି। ତାଲିକାର ପ୍ରଥମ ସ୍ଥାନ ଇଟାଲୀ ଅଧିକାର କରିଥିବାବେଳେ ଦ୍ୱିତୀୟ ତୃତୀୟ ସ୍ଥାନରେ ଜାପାନ ଓ ଗ୍ରୀସ ରହିଛି। ସେହିପରି ୪ର୍ଥ ସ୍ଥାନରେ ପର୍ତ୍ତୁଗାଲ, ୫ମରେ ଚାଇନା, ୬ଷ୍ଠରେ ଇଣ୍ଡୋନେସିଆ, ୭ମରେ ମେକ୍ସିକୋ, ୮ମରେ ଫ୍ରାନ୍ସ, ୯ମରେ ସ୍ପେନ ଏବଂ ୧୦ମରେ ପେରୁ ରହିଛି।

ଟେଷ୍ଟଆଟଲାସ ଜାରି କରିଥିବା ଶ୍ରେଷ୍ଠ ବ୍ୟଞ୍ଜନ ତାଲିକାରେ ଭାରତର ବଟର ଗାରଲିକ ନାନ୍‌ ୭ମ ସ୍ଥାନରେ ରହିଛି। ତାଲିକାରେ ପ୍ରଥମ ସ୍ଥାନରେ ବ୍ରାଜିଲର ପିକାନା ରହିଥିବାବେଳେ ପଛକୁ ପଛ ମାଲେସିଆର ରୋଟି କନାଇ, ଥାଇଲାଣ୍ଡର ଫାଟ କଫାରାଓ ରହିଛି। ବଟର ଗାରଲିକ ନାନ୍‌ ପରି ମୁର୍ଗା ମଖାନି(୪୩) ଓ ଚିକେନ୍‌ ଟିକା(୪୭) ମଧ୍ୟ ସୁସ୍ବାଦୁ ବ୍ୟଞ୍ଜନ ତାଲିକାରେ ରହିଛି।

 

Share