Categories: ଜାତୀୟ

ବିଶ୍ୱର ୨୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତରୁ ୧୫

ନୂଆଦିଲ୍ଲୀ, ୭ା୬: ୨୦୨୨ର ବାୟୁ ପ୍ରଦୂଷଣ ସୂଚକାଙ୍କରେ ଭାରତ ଅଷ୍ଟମ ସ୍ଥାନରେ ରହିଛି। ଏହି ତାଲିକାରେ ଚାଦ୍‌, ଇରାକ, ପାକିସ୍ତାନ, ବାହାରିନ ଏବଂ ବାଂଲାଦେଶ ସର୍ବାଧିକ ପ୍ରଦୂଷିତ ରାଷ୍ଟ୍ର। ସୁଇଜରଲାଣ୍ଡର ଏୟାର କ୍ୱାଲିଟି ଟେକ୍‌ନୋଲୋଜି କମ୍ପାନୀ ଆଇକ୍ୟୁଏୟାର ପକ୍ଷରୁ ପ୍ରକାଶିତ ବିଶ୍ୱ ବାୟୁ ମାନ ରିପୋର୍ଟ ଅନୁଯାୟୀ ବିଶ୍ୱର ୨୦ ସବୁଠୁ ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୫ଟି ସହର ରହିଛି। ତାଲିକାର ପ୍ରଥମ ସ୍ଥାନରେ ପାକିସ୍ତାନର ଲାହୋର ରହିଥିବାବେଳେ ଏହା ପଛକୁ ଚାଇନାର ହୋଟନ, ଭାରତର ଭିଓ୍ବନ୍ଦି ଏବଂ ଦିଲ୍ଲୀ ରହିଛି। ୨୦ ସ୍ଥାନ ମଧ୍ୟରେ ରହିଥିବା ଅନ୍ୟ ଭାରତୀୟ ସହରଗୁଡ଼ିକ ହେଲେ ଆସୋପୁର, ନୂଆଦିଲ୍ଲୀ, ପାଟନା, ଗାଜିଆବାଦ, ଧରୁହେରା, ଛାପ୍ରା, ମୁଜାଫରନଗର, ଫୈସଲାବାଦ, ଗ୍ରେଟର ନୋଏଡା, ବାହାଦୁରଗଡ଼, ଫରିଦାବାଦ ଏବଂ ମୁଜାଫରପୁର।

Share