Posted inଖେଳ

ଜାତୀୟ ରେକର୍ଡ ସତ୍ତ୍ୱେ ଭାରତ ୫ମ

ହାଙ୍ଗଝୋ,୨୭ା୯(ପି.ଟି.): ଏସିଆନ୍‌ ଗେମ୍ସ ସନ୍ତରଣର ୪x୧୦୦ ମିଟର ପୁରୁଷ ଦଳଗତ ଫାଇନାଲରେ ପ୍ରବେଶ କରି ପଞ୍ଚମ ସ୍ଥାନରେ ରହିଛି ଭାରତ। ମେଡଲି ରିଲେ ଟିମ୍‌ ମଙ୍ଗଳବାର ଜାତୀୟ ରେକର୍ଡ ଭାଙ୍ଗିବା ସହିତ ଏସିଆନ୍‌ ଗେମ୍ସ ଫାଇନାଲରେ ପ୍ରବେଶ କରିଥିଲା। ହିଟ୍‌-୧ରେ ସ୍ଥାନ ପାଇଥିବା ଶ୍ରୀହରି ନଟରାଜ, ଲିକିଥ୍‌ ସେଲ୍‌ଭରାଜ, ସାଜନ ପ୍ରକାଶ ଓ ତନିଶ ଜର୍ଜ ମାଥ୍ୟୁଙ୍କ ଭାରତୀୟ ଦଳ ୩:୪୦.୮୪ ସେକେଣ୍ଡର ସମୟ ନେଇ ଜାପାନ ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିଲା। ଜାକାର୍ତ୍ତା ଏସିଆନ୍‌ ଗେମ୍ସରେ ନଟରାଜ, ସନ୍ଦୀପ ସେଜଓ୍ବାଲ, ପ୍ରକାଶ ଓ ଆରୋନ ଡି ସୌଜାଙ୍କ ଦ୍ୱାରା ରହିତିବା ୩:୪୪.୯୪ ସେକେଣ୍ଡର ଜାତୀୟ ରେକର୍ଡ ଭାଙ୍ଗିଥିଲେ। ତେବେ ଫାଇନାଲରେ ଭାରତ ୩:୪୦.୨୦ର ଟାଇମିଂ ହାସଲ କରି ନୂଆ ଜାତୀୟ ରେକର୍ଡ କରିଥିଲା। ଅନ୍ୟ ଦୁଇ ସନ୍ତରଣକାରୀ ପଲକ ଯୋଶୀ ଓ ଶିବାଙ୍ଗୀ ଶର୍ମା ଫାଇନାଲକୁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛନ୍ତି। ୧୦୦ ମି. ଫ୍ରିଷ୍ଟାଇଲରେ ପଲକ ୨:୨୫.୮୧ ସେକେଣ୍ଡର ଟାଇମିଂ ସହିତ ୧୭ତମ ସ୍ଥାନରେ ରହିଥିଲେ। ଅନ୍ୟ ପକ୍ଷରେ ଶିବାଙ୍ଗୀ ୨୦୦ ମି. ବ୍ୟାକ୍‌ଷ୍ଟ୍ରୋକ୍‌ରେ ୫୮.୩୧ ସେକେଣ୍ଡର ଟାଇମିଂ ସହ ୧୪ ତମ ସ୍ଥାନରେ ରହିଥିଲେ।
ଟେନିସ୍‌: ଭାରତୀୟ ଟେନିସ୍‌ ଖେଳାଳିଙ୍କୁ ମଙ୍ଗଳବାର ମିଶ୍ରିତ ଫଳ ମିଳିଛି। ସିଙ୍ଗଲ୍ସ ଇଭେଣ୍ଟରେ ସୁମିତ ନାଗଲ ଓ ଅଙ୍କିତା ରାଇନା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ବେଳେ ରାମକୁମାର ରାମନାଥନ ଓ ଋତୁଜା ଭୋସଲେ ବିଦାୟ ନେଇଛନ୍ତି। ସୁମିତ ନାଗଲ କାଜାଖସ୍ତାନର ବେଇବିଟ ଜୁଖାୟେଭଙ୍କୁ ୭-୬(୯) ଓ ୬-୪ରେ ପରାସ୍ତ କରିଥିଲେ । ଅଙ୍କିତା ୬-୧, ୬-୨ରେ ହଂକଂର ଆଦିତ୍ୟା ପି. କରୁଣାରତ୍ନେଙ୍କୁ ହରାଇଥିଲେ। ଉଭୟ ଖେଳାଳି ବ୍ରୋଞ୍ଜ ପଦକରୁ ଗୋଟିଏ ପାଦ ଦୂରରେ ରହିଛନ୍ତି। ମିକ୍ସଡ ଡବଲ୍ସରେ ୟୁକି ଭାମ୍ବ୍ରି ଓ ଅଙ୍କିତା ରାଇନାଙ୍କ ଯୋଡି ପାକିସ୍ତାନର ଅକିଲ ଖାନ୍‌ ଓ ସାରା ଖାନଙ୍କୁ ୬-୦, ୬-୦ରେ ପରାସ୍ତ କରି ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ଡବଲ୍ସରେ ଋତୁଜା ଓ କର୍ମାନ କୌର ଥଣ୍ଡିଙ୍କ ଯୋଡି ପରାଜିତ ହୋଇ ବିଦାୟ ନେଇଛନ୍ତି।
ଫେନ୍ସିଂ: ଭାରତୀୟ ଷ୍ଟାର ଫେନ୍ସର ଭବାନୀ ଦେବୀ ଏସିଆନ୍‌୍‌ ଗେମ୍ସରୁ ବିଦାୟ ନେଇଛନ୍ତି। ମହିଳା ସାବ୍ରେରେ ଭବାନୀ ୭-୧୫ରେ ଚାଇନା ଖେଳାଳି ୟାକି ଶାଓଙ୍କ ନିକଟରୁ ପରାସ୍ତ ହୋଇଛନ୍ତି। ଶାଓ ପ୍ରଥମ ରାଉଣ୍ଡରେ ୮-୩ରେ ଅଗ୍ରଣୀ ରହିଥିଲେ। ଦ୍ୱିତୀୟ ରାଉଣ୍ଡରେ ଆଉ ୭ ପଏଣ୍ଟ ହାସଲ କରିବା ସହିତ ସେ ସେମିରେ ପ୍ରବେଶ କରିଥିଲେ। ନିଜ ପୁଲ୍‌ରେ ୫ ପ୍ରତିଯୋଗୀଙ୍କୁ ପରାସ୍ତ କରି ଭବାନୀ ଦେବୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ।
ଭଲିବଲ୍‌: ପୁରୁଷ ଭଲିବଲ୍‌ ଇଭେଣ୍ଟରେ ଭାରତ ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଛି। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ନିକଟରୁ ୩-୦ରେ ହାରିଯାଇଛି ଭାରତ। ମଙ୍ଗଳବାର ୨୫-୨୧, ୨୫-୨୦ ଓ ୨୫-୨୩ ପଏଣ୍ଟରେ ଭାରତ ୧ ଘଣ୍ଟା ୧୪ ମିନିଟରେ ପରାଜିତ ହୋଇଥିଲା।
ଶୁଟିଂ: ଶୁଟିଂର ୧୦ ମିଟର ମିକ୍ସଡ ଏୟାର ରାଇଫଲ ଇଭେଣ୍ଟରେ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଛି ଭାରତ। ଦକ୍ଷିଣ କୋରିଆ ସହିତ ଚାଲିଥିବା ବ୍ରୋଞ୍ଜ ପଦକ ପ୍ଲେ ଅଫରେ ଦିବ୍ୟାଂଶ ସିଂ ପନଓ୍ବର ଓ ରମିତା ଜିନ୍ଦଲଙ୍କ ଯୋଡି ୨୦-୧୮ରେ ପରାଜିତ ହୋଇଥିଲେ। ଉଭୟ ଖେଳାଳି ଷଷ୍ଠ ସ୍ଥାନରେ ରହି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଥିଲେ। ଆରମ୍ଭରୁ ଭାରତୀୟ ଯୋଡି ୯-୩ରେ ଆଗୁଆ ରହିଥିଲେ ମଧ୍ୟ କୋରିଆ ଖେଳାଳି ବାଜି ମାରି ନେଇଥିଲେ।
ଜୁଡୋ: ରାଜ୍ୟଗୋଷ୍ଠୀ ପଦକ ବିଜୟିନୀ ତୁଲିକା ମାନ୍‌ ଏକ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ପରାଜିତ ହୋଇଛନ୍ତି। ୭୮+ କିଗ୍ରା ଓଜନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ତୁଲିକା ମଙ୍ଗୋଲିଆର ଅମାରାଇଖାନ ଆଦିୟାସୁରେନଙ୍କଠାରୁ ୧୦-୦ରେ ପରାଜିତ ହୋଇଥିଲେ। ୨୫ ବର୍ଷୀୟ ତୁଲିକା ପୂର୍ବରୁ ମାକାଓର କିଙ୍ଗ୍‌ ଲାମ ଲାଇ ଓ ଜାପାନର ଓ୍ବାକାବା ଟୋମିଟାଙ୍କୁ ନକ୍‌ଆଉଟ କରିଥିଲେ। ରିପିଚେଜରେ ଖେଳିବାର ସୁଯୋଗ ପାଇଥିଲେ ମଧ୍ୟ ପରାଜିତ ହୋଇଥିଲେ।
ସ୍କ୍ବାଶ୍‌: ସ୍କ୍ବାଶ୍‌ରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଅନହତ ସିଂ, ଜ୍ୟୋତ୍ସ୍ନା ଚିନ୍ନାପ୍ପା ଓ ତନ୍ବୀ ଖନ୍ନାଙ୍କ ମହିଳା ଦଳ ପାକିସ୍ତାନକୁ ୩-୦ରେ ପରାସ୍ତ କରିଥିବା ବେଳେ ପୁରୁଷ ଦଳ ସିଙ୍ଗାପୁର ଓ କାତାରକୁ ୩-୦ରେ ହରାଇଛି।
ବକ୍ସିଂ: ଭାରତୀୟ ପୁରୁଷ ବକ୍ସର ସଚିନ ସିଓ୍ବଚ୍‌ ୫୭ କିଗ୍ରା ଓଜନ ବର୍ଗରେ ପ୍ରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ନିଜ ଉଚ୍ଚତାର ଫାଇଦା ଉଠାଇ ସଚିନ ଆକ୍ରମଣାତ୍ମକ ଶୈଳୀରେ ପ୍ରଦର୍ଶନ କରିଥିଲେ। ଇଣ୍ଡୋନେସିଆର ଆସ୍ରି ଉଦିନଙ୍କୁ ସେ ୫-୦ରେ ପରାସ୍ତ କରିଥିଲେ। ସେହିପରି ୯୨+ କିଗ୍ରା ଓଜନ ବର୍ଗରେ ନରେନ୍ଦର ବେରଓ୍ବାଲ ମଧ୍ୟ ପ୍ରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri