Categories: ବାଣିଜ୍ୟ

ସ୍ପାମ୍‌ କଲ୍‌ରେ ଭାରତର ସ୍ଥାନ ନବମ

ଭୁବନେଶ୍ୱର,୨୦।୧୨: ଚଳିତ ବର୍ଷ ବିଶ୍ୱବ୍ୟାପୀ ରାଷ୍ଟ୍ରଗୁଡିକ ସ୍ପାମ୍‌ କଲ୍‌ ଦ୍ୱାରା ବେଶ୍‌ ପ୍ରଭାବିତ ହୋଇଥିବା ଜଣାପଡିଛି। ଏହି ବିଷୟରେ ପ୍ରସ୍ତୁତ କରାଯାଇଥିବା ଏକ ତାଲିକାରେ ୨୦ଟି ପ୍ରମୁଖ ଦେଶକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଭାରତ ଏଥିରେ ୯ମ ସ୍ଥାନକୁ ଖସିଆସିଥିବା ସୂଚନା ମିଳିଛି। ଟ୍ରୁ କଲ୍‌ର ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ତାଲିକାରେ ସୂଚନା ଦିଆଯାଇଛି ଯେ, ସ୍ପାମ୍‌ କଲ୍‌ ସର୍ବାଧିକ ଆସୁଥିବା ରାଷ୍ଟ୍ରଗୁଡିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ଏହି ତାଲିକା ଅନୁସାରେ ବିଶ୍ୱବ୍ୟାପୀ ସ୍ପାମ୍‌ କଲ୍‌ ଗ୍ରହଣ କରିଥିବା ଗ୍ରାହକଙ୍କ କ୍ଷେତ୍ରରେ ଭାରତ ନବମ ସ୍ଥାନରେ ରହିଥିବା ବେଳେ ବ୍ରାଜିଲ ପ୍ରଥମ ସ୍ଥାନରେ ରହିଛି ବୋଲି ସୂଚନା ମିଳିଛି।

Share