Categories: ଜାତୀୟ

ଭାରତ ଆଫଗାନିସ୍ତାନରେ ପୁଣି କୂଟନୈତିକ ଉପସ୍ଥିତି ପୁନଃସ୍ଥାପିତ କଲା

ନୂଆଦିଲ୍ଲୀ,୨୪।୬: ଗତବର୍ଷ ଅଗଷ୍ଟରେ ଆଫଗାନିସ୍ତାନର ଶାସନ ତାଲିବାନ ହାତକୁ ଯାଇଥିଲା। ପରେ ଭାରତ କୂଟନୀତିଜ୍ଞମାନଙ୍କୁ ଫେରାଇ ଆଣିଥିଲା। ନୂଆଦିଲ୍ଲୀ ପୁନର୍ବାର ଗୁରୁବାର ଆଫଗାନିସ୍ତାନରେ କୂଟନୈତିକ ଉପସ୍ଥିତି ଜାହିର କରିଛି। କାବୁଲସ୍ଥିତ ଭାରତୀୟ ଦୂତାବାସରେ ଏକ ଟେକ୍‌ନିକାଲ ଟିମ୍‌ଙ୍କୁ ନିୟୋଜିତ କରାଯାଇଛି।

ସୂଚନା ଯୋଗ୍ୟ, ନିକଟରେ ତାଲିବାନ ଶାସକଙ୍କ ସହ ନୂଆଦିଲ୍ଲୀର ଆନୁଷ୍ଠାନିକ ବୈଠକ ଓ ଆଲୋଚନା ପରେ କାବୁଲକୁ ଭାରତୀୟ କୂଟନୀତିଜ୍ଞ ଫେରିବା ଲାଗି ବାଟ ଫିଟିଥିଲା। କାବୁଲରେ ଗୁରୁବାର ଟେକ୍‌ନିକାଲ ଟିମ୍‌ ପହଞ୍ଚତ୍ଛନ୍ତି। ଏହି ଟିମ ଆଫଗାନିସ୍ତାନକୁ ଭାରତ ପଠାଉଥିବା ମାନବୀୟ ସହାୟତା ଠିକ୍‌ ଭାବେ ବଣ୍ଟନ ହେଉଛି କି ନାହିଁ ତାହାର ଅନୁଧ୍ୟାନ କରିବେ।

Share