କପ୍‌୩୩ ପାଇଁ ଭାରତ ପ୍ରସ୍ତୁତ

ଦୁବାଇ/ନୂଆଦିଲ୍ଲୀ,୨ା୧୨: ୨୦୨୮ରେ ଜାତିସଂଘର ଜଳବାୟୁ ସମ୍ମିଳନୀ କପ୍‌୩୩ ଭାରତରେ ଆୟୋଜନ କରିବା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତାବ ଦେଇଛନ୍ତି। ଦୁବାଇର ଏକ୍ସପୋ ସିଟିରେ ଚାଲିଥିବା ଜାତିସଂଘର ୨୮ତମ ଜଳବାୟୁ ପରବର୍ତ୍ତନ ସମ୍ମିଳନୀ କପ୍‌୨୮ରେ ଯୋଗଦେଇ ସେ ଉପରୋକ୍ତ ବିବୃତି ଦେଇଛନ୍ତି। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବିକାଶ ଓ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।
କପ୍‌୨୮ର ଉଦ୍‌ଘାଟନୀ ସମାରୋହରେ ଏହାର ଆୟୋଜକ ସୁଲ୍‌ତାନ ଅଲ୍‌ ଜାବେର ଏବଂ ୟୁଏନ୍‌ କ୍ଲାଇମେଟ୍‌ ଚେଞ୍ଜ ପ୍ରେସିଡେଣ୍ଟ ସାଇମୋନ୍‌ ଷ୍ଟେଇଲଙ୍କ ସହ ସାମିଲ ହୋଇଥିବା ଏକମାତ୍ର ନେତା ମୋଦି ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଜଳବାୟୁ ପରିବର୍ତ୍ତନ ପ୍ରକ୍ରିୟା ସମ୍ପର୍କିତ ଜାତିସଂଘର ଫ୍ରେମ୍‌ଓ୍ବାର୍କ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ। ତେଣୁ ୨୦୨୮ରେ ଭାରତରେ କପ୍‌୩୩ ଆୟୋଜନ ପାଇଁ ଏହି ମଞ୍ଚରୁ ସେ ପ୍ରସ୍ତାବ ଦେଉଛନ୍ତି। ୨୦୩୦ ସୁଦ୍ଧା ଉତ୍ସର୍ଜନକୁ ୪୫% ହ୍ରାସ କରିବା ପାଇଁ ଭାରତ ଲକ୍ଷ୍ୟ ରଖିଛି। ଏଥିପାଇଁ ଅଣଜୀବାଶ୍ମ ଇନ୍ଧନ ମାତ୍ରାକୁ ୫୦% ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଆମେ ନିଷ୍ପତ୍ତି ନେଇଛୁ। ଏହାବାଦ୍‌ ୨୦୭୦ ସୁଦ୍ଧା ନେଟ୍‌ ଜିରୋ ଲକ୍ଷ୍ୟ ହାସଲ ପାଇଁ ଆମେ ଅଗ୍ରସର ହେଉଛୁ। ପୃଥିବୀ ମାତା ନିଜ ଭବିଷ୍ୟତର ସୁରକ୍ଷା ପାଇଁ ଆମକୁ ଦେଖୁଛି। ଆମକୁ ନିର୍ଣ୍ଣାୟକ ହୋଇ ସଫଳତା ହାସଲ କରିବାକୁ ପଡ଼ିବ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଏକ ବୈଶ୍ୱିକ ଆହ୍ବାନ। ଏହାର ମୁକାବିଲା ପାଇଁ ଏକାଠି ହେବାକୁ ପଡ଼ିବ। ଏଥିସକାଶେ ଆବଶ୍ୟକ ପ୍ରଭାବଶାଳୀ ପଦକ୍ଷେପରେ ତତ୍ପରତା ଭରିବା ଦିଗରେ ଭାରତର ସକାରାମତ୍କ ଆଭିମୁଖ୍ୟ ରହିଛି। ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ କ୍ଲାଇମେଟ୍‌ ଫାଇନାନ୍ସିଂ (ଜଳବାୟୁ ପରିବର୍ତ୍ତନଜନିତ କ୍ଷତିପୂରଣ) ଓ ଟେକ୍ନୋଲୋଲିକାଲ ଟ୍ରାନ୍ସଫର (କାରିଗରି ହସ୍ତାନ୍ତରଣ) ଜରୁରୀ ହୋଇପଡ଼ିଛି।
ଦୁବାଇରେ ୨୧ ଘଣ୍ଟା ରହଣି ଭିତରେ ମୋଦି ୭ଟି ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ। ସେ ୪ଟି ଅବସରରେ ଅଭିଭାଷଣ ଦେବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମୋଦି ବିଶ୍ୱନେତାମାନଙ୍କ ସହ ଅଣାନୁଷ୍ଠାନିକ ବୈଠକ କରିବେ। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଅଧ୍ୟକ୍ଷତାରେ ନଭେମ୍ବର ୩୦ରୁ ଆରମ୍ଭ ହୋଇଥିବା କପ୍‌୨୮ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri