ଭାରତ କଲା ରେକର୍ଡ: ଚାଇନା-ଆମେରିକା ପଡ଼ିଲେ ପଛରେ …

ନୂଆଦିଲ୍ଲୀ,୨୧।୪: କରୋନା ଲଢ଼େଇ କ୍ଷେତ୍ରରେ ଭାରତ ଏକ ନୂଆ ରେକର୍ଡ ରଚିଛି। ଶୀଘ୍ର ସାର୍ବଜନୀକ ଟିକାଦାନ କରି ଭାରତ ପୃଥିବୀରେ ନୂଆ ରେକର୍ଡ କରିଛି। ଟିକାଦାନରେ ଭାରତ ଆମେରିକାକୁ ପଛରେ ପକାଇ ଦେଇଛି। ଭାରତ ମାତ୍ର ୧୦୯ ଦିନରେ ୧୩ କୋଟି ୧ଲକ୍ଷ ୧୯ ହଜାର ୩୧୦ ଲୋକଙ୍କୁ ଟିକାଦାନ କରିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟାରେ ୨୯ ଲକ୍ଷ ୯୦ ହଜାର ୧୯୭ ଲୋକଙ୍କୁ ଟିକାଦାନ କରାଯାଇଥିବା ମନ୍ତ୍ରଣାଳୟ କହିଛି। ଆମେରିକା ୧୩ କୋଟି ଲୋକଙ୍କୁ ୧୦୧ ଦିନରେ ଟିକାଦାନ କରିଥିଲା। ସେହିପରି ଚାଇନା ଏହି ଲକ୍ଷ୍ୟ ପୂରଣ ପାଇଁ ୧୦୯ ଦିନ ସମୟ ନେଇଥିଲା।

Share