Categories: ଜାତୀୟ

୨୪ ଘଣ୍ଟାରେ ୧ ଲକ୍ଷ ୪୧ ହଜାର ନୂଆ ସଂକ୍ରମିତ

ନୂଆଦିଲ୍ଲୀ,୮।୧: ଦେଶରେ ଉପରମୁହାଁ ହୋଇଛି କରୋନା ମିଟର। ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୪୧ ହଜାର ୩୨୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ସଂଖ୍ୟା ୨୧ ପ୍ରତିଶତ ବୃଦ୍ଧି ପାଇଛି । ଗତକାଲି ୧ ଲକ୍ଷ ୧୭ ହଜାର ୬୭ ସଂକ୍ରମିତ ଚିହ୍ନଟ ହୋଇଥିଲେ। ୭ ମାସ ପରେ ଶୁକ୍ରବାର ପ୍ରଥମ ଥର ପାଇଁ ଲକ୍ଷେ ଟପିଥିଲା ନୂଆ ପଜିଟିଭ ମାମଲା । କେବଳ ମହାରାଷ୍ଟ୍ରରୁ ୪୦ ହଜାର ୯୨୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୁମ୍ବାଇରୁ ୨୦ ହଜାର ୯୭୧ଜଣ ଚିହ୍ନଟ ହୋଇଛନ୍ତି । ତେବେ ୨୪ ଘଣ୍ଟାରେ ୧୨୯ ଜଣଙ୍କର ମୃତ୍ୟୁ ହୋଇଛି ।

Share