Categories: ଜାତୀୟ

ଆଜି ଦେଶରେ ୨,୨୬୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୦।୫: ଏକ ଠକେଇ ମାମଲାରେ ଜେଲ ଯାଇଥିବା ସମାଜବାଦୀ ପାର୍ଟିର ନେତା ଆଜମ ଖାନ ୨୭ ମାସ ଜେଲରେ ରହିବା ପରେ ଶୁକ୍ରବାର ସୀତାପୁର ଜେଲରୁ ମୁକୁଳିଛନ୍ତି। ଆଜମଙ୍କୁ ଗତ ବୁଧବାର ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ ପରେ ଗତକାଲି ରାମପୁରର ଏକ ସ୍ବତନ୍ତ୍ର କୋର୍ଟ ଆଜାମଙ୍କ ମୁକ୍ତି ପାଇଁ ସୀତାପୁର ଜେଲ ପ୍ରଶାସନକୁ ଏକ ଚିଠି ପଠାଇଥିଲେ। ଅନ୍ୟପକ୍ଷରେ, ଆଜମ ଖାନଙ୍କ ମୁକ୍ତି ସମୟରେ ସୀତାପୁର ଜେଲ ବାହାରେ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଆଜମ ଖାନ ସୀତାପୁରରୁ ସିଧାସଳଖ ରାମପୁର ଯିବେ।
ଏହା ପୂର୍ବରୁ ଶୁକ୍ରବାର ସକାଳେ ଆଜାମଙ୍କୁ ନେବା ପାଇଁ ପ୍ରସପା ନେତା ଶିବପାଲ ସିଂ ଯାଦବ, ଏସପି ବିଧାୟକ ଏବଂ ଆଜମଙ୍କ ପୁଅ ଅବଦୁଲ୍ଲା ଆଜମ ସୀତାପୁର ଜେଲରେ ପହଞ୍ଚିଥିଲେ।
ସୂଚନାଯୋଗ୍ୟ, ଆଜମ ଖାନଙ୍କୁ ଉତ୍ତରପ୍ରଦେଶର ରାମପୁର ଜିଲାର ସୀତାପୁର ଜେଲରେ ରଖାଯାଇଥିଲା। ତାଙ୍କ ବିରୋଧରେ ପ୍ରାୟ ୯୦ଟି ମାମଲା ରୁଜୁ ହୋଇଛି। ସେ ୮୮ଟି ମାମଲାରେ ଜାମିନ ପାଇଛନ୍ତି। ଫେବୃଆରୀ ୨୦୨୦ରୁ ସେ ଜେଲରେ ଥିଲେ।

ଏହା ପୂର୍ବରୁ ଶୁକ୍ରବାର ସକାଳେ ଆଜାମଙ୍କୁ ନେବା ପାଇଁ ପ୍ରସପା ନେତା ଶିବପାଲ ସିଂ ଯାଦବ, ଏସପି ବିଧାୟକ ଏବଂ ଆଜମଙ୍କ ପୁଅ ଅବଦୁଲ୍ଲା ଆଜମ ସୀତାପୁର ଜେଲରେ ପହଞ୍ଚିଥିଲେ।

Share