ରେକର୍ଡ କଲା ଭାରତ, ୭୫ ପ୍ରତିଶତ ବୟସ୍କଙ୍କ ଟିକାକରଣ…

ନୂଆଦିଲ୍ଲୀ, ୩୦।୧ : ଭାରତ ପୁଣି ନୂଆ ରେକର୍ଡ କରିଛି। ସାର୍ବଜନୀକ ଟିକାକରଣ ଅଭିଯାନରେ ଦେଶର ୭୫ ପ୍ରତିଶତ ବୟସ୍କଙ୍କୁ ଟିକା ପ୍ରଦାନ କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଦେଶର ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବୟସ୍କଙ୍କ ମଧ୍ୟରେ ୭୫ ପ୍ରତିଶତ ଲୋକଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରାଯାଇଛି। ସେମାନେ ଟିକାର ଉଭୟ ଡୋଜ୍‌ ନେଇ ସାରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଏକ ଟୁଇଟକୁ ପ୍ରଧାନନ୍ତ୍ରୀ ଟ୍ୟାଗ୍‌ କରିଛନ୍ତି।

ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୬୫ କୋଟି ୭୦ ଲକ୍ଷ ଟପିଛି। ସେଥିମଧ୍ୟରେ ୮୯ କୋଟି ୩୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୭୦ କୋଟି ୬୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

Share