Categories: ଜାତୀୟ

ଜି-୨୦କୁ ନେଇ ଚାଇନାର ଅଭିଯୋଗକୁ ଖଣ୍ଡନ କଲା ଭାରତ…

ନୂଆଦିଲ୍ଲୀ, ୩।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ପ୍ରତ୍ୟେକ ଭାଗରେ ଜି-୨୦ ବୈଠକ ଅନୁଷ୍ଠିତ ହେବା ସ୍ବାଭାବିକ। ଅରୁଣାଚଳ ପ୍ରଦେଶ ଏବଂ କ୍‌ଶ୍ମୀରରେ ଜି -୨୦ ବୈଠକ ଆୟୋଜନ ଉପରେ ଚାଇନାର ଆପତ୍ତିକୁ ପ୍ରଧାନମନ୍ତ୍ରୀ ଖଣ୍ଠନ କରିଛନ୍ତି। ଭାରତର ଅଧ୍ୟକ୍ଷତାରେ ଜମ୍ମୁ-କଶ୍ମୀର ଏବଂ ଅରୁଣାଚଳ ପ୍ରଦେଶ ସମେତ ଅନେକ ସ୍ଥାନରେ ଜି-୨୦ ବୈଠକ ଆୟୋଜନ କରାଯାଇଛି।

ଭାରତର ସଂସ୍କୃତି ଏବଂ ବିବିଧତା ଦେଖାଇବା ପାଇଁ ସରକାର ଦେଶର ବିଭିନ୍ନ ସ୍ଥାନରେ ଜି-୨୦ ବୈଠକ ଆୟୋଜନ କରିଥିଲେ। ଏହି ସଭାଗୁଡ଼ିକ ଅରୁଣାଚଳ ପ୍ରଦେଶ ଏବଂ ଜମ୍ମୁ-କଶ୍ମୀରରେ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଚାଇନା ଏବଂ ପାକିସ୍ତାନ ଏହାକୁ ବିରୋଧ କରିଥିଲେ କାରଣ ଚାଇନା ଅରୁଣାଚଳ ପ୍ରଦେଶ ଏବଂ ପାକିସ୍ତାନ ଜମ୍ମୁ-କଶ୍ମୀରକୁ ବିବାଦୀୟ ବୋଲି ବିବେଚନା କରୁଛନ୍ତି। ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ଚାଇନା, ପାକିସ୍ତାନର ଆପତ୍ତିକୁ ଖଣ୍ଡନ କରି କହିଛନ୍ତି ଯଦି ଆମେ ସେହି ସ୍ଥାନରେ ବୈଠକ କରିବାକୁ ବାରଣ କରିଥାନ୍ତୁ ତେବେ ଏହି ପ୍ରଶ୍ନ ବେଆଇନ ହୋଇଥାନ୍ତା। ଆମ ଦେଶ ବିସ୍ତୃତ ଏବଂ ବିବିଧତାରେ ପରିପୂର୍ଣ୍ଣ। ଯେତେବେଳେ ଦେଶରେ ଜି -୨୦ ବୈଠକ ଅନୁଷ୍ଠିତ ହୁଏ, ସେତେବେଳେ ଏହା ସ୍ବାଭାବିକ ଦେଶର ପ୍ରତ୍ୟେକ ଭାଗରେ ଏହା ଅନୁଷ୍ଠିତ ହେବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜି -୨୦ର ଭାରତର ଅଧ୍ୟକ୍ଷତା ଶେଷ ହେବା ବେଳକୁ ଦେଶର ୬୦ ଟି ସହର ଏବଂ ୨୮ଟି ରାଜ୍ୟରେ ୨୨୦ ରୁ ଅଧିକ ବୈଠକ ହେବ। ଏହି ଅବଧି ମଧ୍ୟରେ, ୧୨୫ଟି ଦେଶରୁ ଏକ ଲକ୍ଷରୁ ଅଧିକ ପ୍ରତିନିଧୀ ଏହି ସଭାଗୁଡ଼ିକରେ ଅଂଶଗ୍ରହଣ କରିବେ।

 

Share