ନୂଆଦିଲ୍ଲୀ,୨୦।୫: ଭାରତ ସରକାର ୨୨ଜଣ ପାକିସ୍ତାନୀ କଏଦୀଙ୍କୁ ଜେଲଦଣ୍ଡ ଶେଷ ହେବା ପରେ ଶୁକ୍ରବାର ମୁକ୍ତ କରିଛନ୍ତି। ବିଏସ୍ଏଫ୍ ଯବାନଙ୍କ ଦ୍ୱାରା ଅଟ୍ଟାରୀ-ବାଘା ସୀମାରେ ଥିବା ସଂଯୁକ୍ତ ଚେକ୍ ପୋଷ୍ଟ(ଜେସିପି)ରେ କଏଦୀଙ୍କୁ ପାକିସ୍ଥାନୀ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ପାକିସ୍ତାନୀ ହାଇ କମିଶନରଙ୍କ ଦ୍ୱାରା ଜରୁରୀକାଳୀନ ଯାତ୍ରା ପ୍ରମାଣ ପତ୍ର ଆଧାରରେ ସେମାନଙ୍କୁ ପାକିସ୍ତାନୀ ପଠାଯାଇଛି।
ତେବେ ଏହା ପୂର୍ବରୁ ପାକିସ୍ତାନୀ ବନ୍ଦୀ କରିଥିବା ଭାରତୀୟ ମତ୍ସଜୀବୀଙ୍କୁ ମୁକ୍ତ କରିଛି। ପାକିସ୍ତାନୀ ମଲିର ଜେଲ୍ରୁ ୧୯୮ଭାରତୀୟ ମତ୍ସଜୀବୀଙ୍କୁ ମୁକ୍ତ କରାଯାଇଛି।