Categories: ଜାତୀୟ

ଚାଇନା ସୈନ୍ୟଙ୍କୁ ଛାଡ଼ିଦେଲା ଭାରତ

ନୂଆଦିଲ୍ଲୀ,୨୨ା୧୦: ପୂର୍ବ ଲଦାଖର ଡେମ୍‌ଚୋକ୍‌ ସେକ୍ଟର ସଂଲଗ୍ନ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ସୋମବାର ଧରାପଡ଼ିଥିବା ଚାଇନା ସୈନ୍ୟଙ୍କୁ ଭାରତୀୟ ସେନା ଛାଡ଼ିଦେଇଛି। କେନ୍ଦ୍ର ସରକାରଙ୍କ ସୂତ୍ରରୁ କୁହାଯାଇଛି ଯେ, କର୍ପୋରିଆଲ ଓ୍ବାଙ୍ଗ୍‌ ୟା ଲୋଙ୍ଗ୍‌ଙ୍କୁ ପଟ୍ରୋକଲ ଅନୁସାରେ ପଚରାଉଚରା କରାଯାଇଥିଲା। ପୂର୍ବ ଲଦାଖର ଚୁଶୁଲ୍‌-ମୋଲଡୋ ବର୍ଡର ପଏଣ୍ଟରେ ଥିବା ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଶିବିରକୁ ମଙ୍ଗଳବାର ରାତିରେ ସେ ଫେରିଛନ୍ତି। ଭାରତ-ଚାଇନା ମଧ୍ୟରେ କିଛି ଦିନ ମଧ୍ୟରେ ଆଉ ଏକ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ଆଲୋଚନା ହେବାକୁ ଥିବାବେଳେ ଏହା ପୂର୍ବରୁ ତାଙ୍କୁ ମୁକ୍ତ କରାଯାଇଛି

Share