Categories: ଜାତୀୟ

ଥମୁନି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୯।୭: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫,୫୨୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୨୫ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪,୩୭,୮୩,୦୬୨ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୪,୩୧,୧୩,୬୨୩ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୧,୪୩,୬୫୪ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫,୨୫,୭୮୫କୁ ବୃଦ୍ଧି ପାଇଛି।

Share