ବଢୁଛି କରୋନା ସଂକ୍ରମଣ ସଂଖ୍ୟା: ୧.୬୬ କୋଟି ଲୋକଙ୍କୁ ଦିଆ ସରିଲାଣି ଟିକା

ନୂଆଦିଲ୍ଲୀ,୪ ।୩: ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏହା ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ଅନ୍ୟପଟେ ଏହି ମହାମାରୀକୁ ଦୂରେଇ ଦେବାକୁ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ବି ଆରମ୍ଭ ହୋଇଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଏବେ ପର୍ଯ୍ୟନ୍ତ ୧.୬୬ କୋଟି ଲୋକଙ୍କୁ କରୋନା ଟିକା ଦିଆ ସରିଲାଣି । ଏହାପରେ ବି ଦେଶରେ କରୋନାର ନୂଆ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ବଢି ଚାଲିଛି । ଗତ ୨୪ ଘଣ୍ଟାରେ ମୋଟ ୧୭. ୪୦୭ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହାସହ ୮୯ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏଥିମଧ୍ୟରୁ ଅଧିକାଂଶ ମହାରାଷ୍ଟ୍ର, ପଞ୍ଜାବ, ଗୁଜରାଟ, ମଧ୍ୟପ୍ରଦେଶ, ଦିଲ୍ଲୀ, ହରିୟାଣା ଓ କର୍ନାଟକର ବୋଲି ଜଣାପଡିଛି । ଅନ୍ୟପଟେ ଆଇସିଏମ୍‌ଆର୍‌ର ସୂଚନା ଅନୂଯାୟୀ, ମାର୍ଚ୍ଚ ୩ ପର୍ଯ୍ୟନ୍ତ ଦେଶରେ ୨୧ କୋଟି ୯୧ ଲକ୍ଷ ୭୮ ହଜାର ୯୦୮ ନମୁନା ପରୀକ୍ଷା ସରିଛି ।

Share