Advertisement

ପଡୋଶୀ ଆନ୍ଧ୍ରପ୍ରଦେଶରେ ବ୍ୟାପିଲା ବାର୍ଡ଼ ଫ୍ଲୁ, ଓଡିଶା ପାଇଁ ସତର୍କ ଘଣ୍ଟି

ଭୁବନେଶ୍ୱର,୨୮ା୩: ପଡୋଶୀ ଆନ୍ଧ୍ରପ୍ରଦେଶରେ ଆଠଟି ସ୍ଥାନରେ ବାର୍ଡ଼ ଫ୍ଲୁର ପ୍ରକୋପ ଦେଖାଦେଇଛି। ଶୁକ୍ରବାର ବିଶ୍ୱ ପଶୁ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଫାର୍ମ ଏବଂ କୁକୁଡ଼ାରେ H5N1 ଲକ୍ଷଣ ଚହ୍ନଟ କରାଯାଇଛି। ପ୍ୟାରିସ-ଭିତ୍ତିକ ସଂଗଠନ ଏକ ରିପୋର୍ଟରେ କହିଛି ଯେ ଆଭିଆନ୍ ଇନଫ୍ଲୁଏଞ୍ଜା, ଯାହାକୁ ସାଧାରଣତଃ ବାର୍ଡ଼ ଫ୍ଲୁ କୁହାଯାଏ। ଏହି ସମସ୍ତ ଘଟଣା ଆନ୍ଧ୍ରପ୍ରଦେଶର ପୂର୍ବ ଅଞ୍ଚଳରେ ଚିହ୍ନଟ କରାଯାଇଥିଲା। ଏହି କାରଣରୁ ମୋଟ ୬୦୨,୦୦୦ ପକ୍ଷୀଙ୍କ ହତ୍ୟା କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share