କାନାଡା ନାଗରିକଙ୍କ ପାଇଁ ପୁଣି ଭିସା ସେବା ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ,୨୨।୧୧: କାନାଡା-ଭାରତ ବିବାଦ ଗତ କିଛି ମାସ ମଧ୍ୟରେ ଗମ୍ଭୀର ଦିଗକୁ ଗତି କରୁଥିବାବେଳେ ବର୍ତ୍ତମାନ କିଛିଟା ସୁଧାର ଆସିଛି। ପ୍ରାୟ ଦୁଇମାସ ପରେ କାନାଡା ନାଗରିକଙ୍କ ପାଇଁ ପୁଣି ଥରେ ଇଲେକ୍ଟ୍ରୋନିକ ଭିସା ସେବା ଆରମ୍ଭ କରିଛି ଭାରତ।
ତେବେ ଭାରତ ଏଭଳି ସମୟରେ ଇ-ଭିଜା ଆରମ୍ଭ କରିବାକୁ ଯାଉଛି ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଜି-୨୦ର ଭର୍ଚୁଆଲ ବୈଠକରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି।

Share