ଗୁଣବତ୍ତା ପରୀକ୍ଷାରେ ବିଫଳ,ଆମେରିକାରୁ ୩୪ ହଜାର ଭିଆଲ ବ୍ଲଡ ପ୍ରେସର ଔଷଧ ଫେରାଇ ଆଣିଲା ଭାରତ…

ନୂଆଦିଲ୍ଲୀ,୧୨।୨ : ଭାରତୀୟ ଫାର୍ମା କମ୍ପାନୀ ସନ ଫାର୍ମା ଆମେରିକାର ବଜାରରୁ ଏହାର ଏକ ଜେନେରିକ ଔଷଧର ୩୪ ହଜାର ଭିଆଲ ଫେରାଇ ଆଣିଛି। ଡିଲ୍ଟିଆଜେମ ହାଇଡ୍ରୋକ୍ଲୋରିଡ ନାମକ ଏହି ଔଷଧ ଉଚ୍ଚ ରକ୍ତଚାପ, ଆଞ୍ଜିନା (ଛାତି ଯନ୍ତ୍ରଣା) ଏବଂ ଅନିୟମିତ ହୃଦସ୍ପନ୍ଦନ ପାଇଁ କ୍ୟାପସୁଲ ଆକାରରେ ନିଆଯାଇଥାଏ।

ଗୁଣବତ୍ତା ଆଧାରରେ ଏହା ଆମେରିକାରେ ବିଘଟନ ପରୀକ୍ଷଣରେ ବିଫଳ ହୋଇଥିଲା। ଏହି ପ୍ରକ୍ରିୟା ଉପରେ ନଜର ରଖିବା ପାଇଁ ଗଠିତ ଆମେରିକୀୟ ଖାଦ୍ୟ ଏବଂ ଔ ଷଧ ପ୍ରଶାସନ ଏହାର ଏକ ରିପୋର୍ଟରେ ଦର୍ଶାଇଛି ଯେ ଲାବୋରେଟୋରୀରେ ଡିଲ୍ଟିଆଜେମ ହାଇଡ୍ରୋକ୍ଲୋରିଡ ପରୀକ୍ଷା କରାଯାଇଥିଲା।

ସ୍ଥିରତା ପରୀକ୍ଷା (ସେଲଫ ଲାଇଫ ଏବଂ ବ୍ୟବହାର ଅବଧି ଜାଣିବା ପାଇଁ ପରୀକ୍ଷା) ଏବଂ ବିଚ୍ଛିନ୍ନତା ପରୀକ୍ଷା କରାଯାଇଥିଲା। ଏଗୁଡ଼ିକରେ ଏହା ଧାର୍ଯ୍ୟ ମାନକ ସୀମାକୁ ପୂରଣ କରିବାରେ ବିଫଳ ହୋଇଥିଲା। ପରୀକ୍ଷାରେ ବିଫଳ ହୋଇଥିବା ଔଷଧର ବ୍ୟାଚ ଗୁରାଟର ହଲୋଲରେ ଥିବା କମ୍ପାନୀର ଉତ୍ପାଦନ ୟୁନିଟରେ ପ୍ରସ୍ତୁତ କରାଯାଇଥିଲା। ଆମେରିକାରେ ଉପସ୍ଥିତ ଥିବା ୟୁନିଟ ମାଧ୍ୟମରେ ଏହାକୁ ବଜାରରେ ବିତରଣ କରାଯାଇଥିଲା ।

Share