Categories: ଜାତୀୟ

ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଆରମ୍ଭ ହେବ ଭାରତ-ରୁଷିଆ ବିମାନ ସେବା

ନୂଆଦିଲ୍ଲୀ,୬ ।୫: ରୁଷିଆ ସରକାରଙ୍କ ଦ୍ୱାରା ପରିଚାଳିତ ଏରୋଫ୍ଲୋଟ ଶୁକ୍ରବାରଠାରୁ ରୁଷିଆ-ଭାରତ ମଧ୍ୟରେ ପୁଣିଥରେ ବିମାନ ସେବା ଆରମ୍ଭ କରିବ । ଏରୋଫ୍ଲୋଟ କମ୍ପାନୀ ତା’ର ନିର୍ଦ୍ଧାରିତ ଅନ୍ତରାଷ୍ଟ୍ରୀୟ ବିମାନ ସେବାକୁ ମାର୍ଚ୍ଚ ୮ରୁ ବନ୍ଦ କରି ଦେଇଥିଲା । କାରଣ ବିମାନ ଆମେରିକା, ବ୍ରିଟେନ ଓ ୟୁରୋପ ଭଳି ପଶ୍ଚିମ ଦେଶଠାରୁ ବାହାରେ ଥିଲା ଓ ୨୪ ଫେବୃୟାରୀରେ ରୁଷିଆ ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ କରିଦେଇଥିବାରୁ କମ୍ପାନୀ ବିମାନ ଗୁଡିକୁ ଫେରାଇ ନେଇଥିଲା ।
ବିମାନ କମ୍ପାନୀ ଗୁରୁବାର ଏକ ବୟାନରେ କହିଥିଲା କି, ‘ ୬ ମେ’ ୨୦୨୨ରୁ ଏରୋଫ୍ଲୋଟ ଦିଲ୍ଲୀ(ଡିଇଏଲ)ରୁ ମସ୍କୋ(ଏସବିଓ) ପର୍ଯ୍ୟନ୍ତ ସୋମବାର ଓ ଶୁକ୍ରବାର ତା’ ଏୟାର ବସ ୩୩୩ ବିମାନ ଉଡାଇବ । ଏଥିରେ ୩ଟି ଶ୍ରେଣୀ ବିଜନେସ କ୍ଲାସ, ପ୍ରିମିୟମ ଇକୋନମି ଓ ଇକୋନମି କ୍ଲାସରେ ପ୍ରାୟ ୨୯୩ ଯାତ୍ରୀ ଯାତ୍ରା କରିପାରିବେ ।

Share