ଭିଏନା,୪ା୧: ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଅଷ୍ଟ୍ରିଆ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଛନ୍ତି। ନୂତନ ବିଶ୍ୱ ଶୃଙ୍ଖଳା, ୟୁକ୍ରେନ ଯୁଦ୍ଧ ଏବଂ ଚାଇନା ଚ୍ୟାଲେଞ୍ଜ ଉପରେ ୟୁରୋପୀୟ ଦେଶମାନଙ୍କୁ ସେ ପରାମର୍ଶ ଦେଇଛନ୍ତି।
ଅଷ୍ଟ୍ରିଆର ଏକ ଖବରକାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ଭାରତ-ରୁଷିଆର ସମ୍ପର୍କ ଖରାପ ହେବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ଯୁଦ୍ଧ ପଶ୍ଚିମ ଦେଶରେ ନୈତିକ କ୍ରୋଧ ସୃଷ୍ଟି କରିଛି। ରୁଷିଆ ବିରୋଧରେ ପାଶ୍ଚାତ୍ୟ କଟକଣା ଶକ୍ତି, ଖାଦ୍ୟ ଏବଂ ସାର ଖର୍ଚ୍ଚକୁ ବୃଦ୍ଧି କରିଛି। ଏହା ଗରିବ ଦେଶରେ ଅର୍ଥନୈତିକ ଅସୁବିଧା ସୃଷ୍ଟି କରିଛି। ଜୟଶଙ୍କର କହିଛନ୍ତି, ରୁଷିଆ ସହ ସମ୍ପର୍କ ନଷ୍ଟ କରିବାକୁ ଭାରତର କୌଣସି ମନୋଭାବ ନାହିଁ। କାରଣ ମସ୍କୋ ନୂଆଦିଲ୍ଲୀକୁ ବର୍ଷ ବର୍ଷ ପୂର୍ବରୁ ସମର୍ଥନ କରିଥିଲା। ତା’ପରେ ଆମେରିକା ଭାରତର ମୁଖ୍ୟ ଶତ୍ରୁ ପାକିସ୍ତାନକୁ ସମର୍ଥନ କଲା। ୟୁକ୍ରେନରେ ହୋଇଥିବା ବିବାଦ ବିଷୟରେ ସେ କହିଛନ୍ତି, ଉଭୟ ଦେଶକୁ କଥାବାର୍ତ୍ତା ଏବଂ କୂଟନୀତି ମାଧ୍ୟମରେ ସେମାନଙ୍କ ମତଭେଦ ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି।