Categories: ଜାତୀୟ

ଦେଶର ପ୍ରଥମ ଇଲେକ୍ଟ୍ରିକ ଡବଲ ଡେକର ବସ

ନୂଆଦିଲ୍ଲୀ,୧୯ ।୮: ଦେଶର ପ୍ରଥମ ଡବଲ ଡେକର ଏସି ଇଲେକ୍ଟ୍ରିକ ବସ ମୁମ୍ବାଇରେ ଶୋ କେସ କରାଯାଇଛି । ସ୍ୱିଚ ମୋବିଲିଟି ଲିମିଟେଡ ଦେଶର ପ୍ରଥମ ଡବଲ ଡେକର ଏୟାର କଣ୍ଡିଶନର ବସ ସ୍ୱିଚ ଇଆଇଭି ୨୨କୁ ତିଆରି କରିଛି । ସ୍ୱିଚ ମୋବିଲିଟି ଲିମିଟେଡ ଅଶୋକ ଲେଲ୍ୟାଣ୍ଡର ସବସିଡିୟାରୀ ଅଟେ ।
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକରୀଙ୍କ ଉପସ୍ଥିତିରେ ଏହି ବସକୁ ଶୋ’ କେସ କରାଯାଇଛି । ସ୍ୱିଚ ଇଆଇଭି ୨୨ ଲାଟେଷ୍ଟ ଟେକ୍ନୋଲୋଜି, ଅଲଟ୍ରା ମର୍ଡନ ହେବା ସହ ଏଥିରେ ସୁରକ୍ଷାର ଭିନ୍ନ ଭିନ୍ନ ବ୍ୟବସ୍ଥା ରହିଛି । ସ୍ୱିଚ ଇଆଇଭି ୨୨କୁ ଏମିତି ଭାବେ ଡିଜାଇନ କରାଯାଇଛି ଯାହା ପବ୍ଲିକ ଟ୍ରାନ୍ସପୋର୍ଟରେ ବଡ କ୍ରାନ୍ତି ଆଣିବ ।
ସ୍ୱିଚ ଇଆଇଭି ୨୨ର ଏହି ଡବଲ ଡେକର ଇଲେକ୍ଟ୍ରିକ ବସ ବିଶ୍ୱର ପ୍ରଥମ ସେମି ଲୋ-ଫ୍ଲୋର ଏୟାର କଣ୍ଡିଶନର ବସ, ଯେଉଁଥିରେ ଓଭରହ୍ୟାଙ୍ଗ ଓ ରିୟର ଷ୍ଟେୟରକେସ ଦରୱାଜା ଖୁବ ଚଉଡା ରହିଛି । ସିଙ୍ଗଲ ଡେକର ଅପେକ୍ଷା ଏଥିରେ ଦୁଇଗୁଣା ଯାତ୍ରୀ ଏକାଥରେ ଯାତ୍ରା କରିପାରିବେ । ଏବେ ପର୍ଯ୍ୟନ୍ତ ୱିଚ ଇଣ୍ଡିଆକୁ ୨୦୦ ଇଲେକ୍ଟ୍ରିକ ବସର ଅର୍ଡର ମିଳି ସାରିଲାଣି ।

Share