Categories: ଜାତୀୟ

ରାଷ୍ଟ୍ରପତି ଭବନରେ ସୌଦି କ୍ରାଉନ ପ୍ରିନ୍ସଙ୍କୁ ଔପଚାରିକ ସ୍ବାଗତ

ନୂଆଦିଲ୍ଲୀ,୧୧।୯: ଜି -୨୦ ଶିଖର ସମ୍ମିଳନୀ ଆରମ୍ଭ ହେବା ପରେ ସୌଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ଭାରତକୁ ସରକାରୀ ଗସ୍ତ ସୋମବାର ଆରମ୍ଭ ହୋଇଛି। ସୋମବାର ସକାଳେ ସେ ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଆନୁଷ୍ଠାନିକ ଭାବେ ସ୍ବାାଗତ କରାଯାଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଆଲିଙ୍ଗନ କରି କ୍ରାଉନ ପ୍ରିନ୍ସଙ୍କୁ ଅଭିବାଦନ ଜଣାଇଥିଲେ। ମହମ୍ମଦ ବିନ ସଲମାନଙ୍କୁ ସ୍ବାଗତ କରିବା ପାଇଁ ରାଷ୍ଟ୍ରପତ ିଦ୍ରୌପଦୀ ମୁର୍ମୁ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ଏହି ସମ୍ମିଳନୀରେ ଭାଗ ନେବାକୁ ଆସିଥିବା ବିଭିନ୍ନ ଦେଶର ମୁଖ୍ୟମାନେ ରବିବାର ଫେରିଯାଇଛନ୍ତି। ତେବେ ଏହି ଦ୍ୱିପାକ୍ଷିକ ଆଲୋଚନା ପାଇଁ ସୋମବାର ପର୍ଯ୍ୟନ୍ତ ଏହି ସମ୍ମିଳନୀରେ ଯୋଗଦେବାକୁ ଆସିଥିବା କ୍ରାଉନ ପ୍ରିନ୍ସଙ୍କ ବିଦେଶ ଗସ୍ତ ସୋମବାର ପର୍ଯ୍ୟନ୍ତ ଜାରି ରହିବ। ଆୟୋଜକ ଭାବରେ ଭାରତ ସୌଦି ଆରବକୁ ଏକ ବିଶେଷ ଅତିଥି ଭାବରେ ନିମନ୍ତ୍ରଣ କରିଥିଲା।

Share