Categories: ଜାତୀୟ

ଭାରତ-ସୌଦି ଆରବର ବନ୍ଧୁତ୍ୱ ଲେଖିବ ନୂଆ ଦିଗ: ମୋଦି

ନୂଆଦିଲ୍ଲୀ,୧୧।୯: ଜି -୨୦ ଶିଖର ସମ୍ମିଳନୀ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। କ୍ରାଉନ ପ୍ରିନ୍ସଙ୍କ ସହ ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଞ୍ଚଳିକ ତଥା ବିଶ୍ୱ ସ୍ଥିରତା ଏବଂ କଲ୍ୟାଣ ପାଇଁ ଭାରତ ଏବଂ ସୌଦି ଆରବ ମଧ୍ୟରେ ବନ୍ଧୁତା ଗୁରୁତ୍ୱପୂର୍ଣ୍ଣ।
ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏହି ଭାଗିଦାରୀକୁ ଏକ ନୂତନ ସ୍ତରକୁ ଆଣିବା ପାଇଁ ଏହି ଆଲୋଚନା ଅନେକ ପଦକ୍ଷେପ ଚିହ୍ନଟ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ବୈଠକ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଏକ ନୂତନ ଦିଗ ଏବଂ ଶକ୍ତି ଦେବ। ପ୍ରମୁଖ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଆହୁରି ବଢାଇବା ପାଇଁ ୨୦୧୯ ରେ ଭାରତ-ସୌଦି ଆରବ ରଣନୀତିକ ଭାଗିଦାରୀ ପରିଷଦ ଘୋଷଣା କରାଯାଇଥିଲା।

Share